ମୁଖ୍ୟ ଖବର
ଭୁବନେଶ୍ୱର: ରାଜଧାନୀରେ ପାଚେରୀ ଭାଙ୍ଗି ୨ ମୃତ । ବଡଗଡ଼ ଭୋଇ ସାହିରେ ଏହି ଅଘଟଣ ଘଟିଛି । ଡ୍ରେନ କାମ ଚାଲୁଥିବା ବେଳେ ଭୁଶୁଡିଲା ପାଚେରୀ । ୪ ଜଣ ଆହତ ହୋଇଥିବା ବେଳେ । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ବଡଗଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ସେହିପରି ଭୁବନେଶ୍ବର ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ବର୍ଷା ପବନ ପରେ ହୋର୍ଡ଼ିଂ ପଡ଼ି 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ଭାବେ ଆହତ ହୋଇଛନ୍ତି ।ମୃତକ ହେଲେ ଗଞ୍ଜାମର ସନ୍ନ୍ୟାସୀ ମହାରଣା (୫୦) । ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ମୃତ ସନ୍ନ୍ୟାସୀ ମହାରଣାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଅନ୍ୟଜଣଙ୍କ ପରିଚୟ ମିଳିଲେ ଏବଂ ପରିବାର ଲୋକ ଆସିଲେ ମୃତଦେହ ବ୍ୟବଚ୍ଛେଦ କରାଯିବ ।
୪ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଆବଶ୍ୟକ ପଡିଲେ ଅଧିକ ଚିକିତ୍ସା ପାଇଁ ଏମ୍ସ କିମ୍ବା ଏସସିବିକୁ ସ୍ଥାନାନ୍ତର କରାଯିବ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ରାସ୍ତା କଡ଼ରେ ଡ୍ରେନ ପାଇଁ ଗାତ ଖୋଳାଯାଇଥିଲା । ଗାତ ଖୋଲିବା ପରେ ମାଟି ଅତଡ଼ା ଖସିଯିବାରୁ କାନ୍ଥ ଭୁଶୁଡ଼ି ପଡ଼ିଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ କ୍ୟାପିଟାଲ ହସ୍ପିଟାଲରେ ଆଉ ଜଣଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେଇଛି । ଘଟଣା ପରେ ପୋଲିସ ତଦନ୍ତ କରୁଥିବା ବେଳେ ଶ୍ରମିକଙ୍କୁ ନିୟୋଜିତ କରିଥିବା ଠିକାଦାରକୁ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ବଡଗଡ ପୋଲିସ କହିଛି ।
"ମୋ ସ୍ୱାମୀ ଡ୍ରେନ ଭିତରେ କାମ କରୁଥିଲେ । ତାଙ୍କ ଉପରେ କାନ୍ଥ ଭୁଶୁଡି ପଡିଲା । 10 ଜଣ ଲୋକ କାମ କରୁଥିଲେ । 2.15ରେ କାମକୁ ସମସ୍ତେ ଆସିଥିଲେ । 6 ଜଣ ଲୋକ ସାଇଟ ଉପରେ କାମ କରୁଥିଲେ । ଅନ୍ୟ ତିନି ଜଣ ଉପରେ ଥିଲେ । ଜଣେ ବାହାରକୁ ଯାଇିଥିଲେ । ଅଣ୍ଟେ ଗାତ ତଳେ କାମ କରୁଥିଲେ । କାନ୍ଥ ମାଡି ବସିଲା । ଶାବଳ ମାରି ମାଟି ଖୋଳୁଥିଲେ । ହେଲେ କାନ୍ଥ ଭୁଶୁଡିଲା ପରେ ଆଉ ବାହାରି ପାରିଲେନି । ମୋ ସାମ୍ନାରେ ସ୍ୱାମୀ ଚାପି ହୋଇଗଲେ," କହିଛନ୍ତି ଜଣେ ମୃତକଙ୍କ ପତ୍ନୀ ।
ରାଜଧାନୀରେ ହୋର୍ଡିଂ ନେଲା ଜୀବନ । ଭୁବନେଶ୍ବର ଆଇଗିଣିଆ ଦୁର୍ଗାପୂଜା ମଣ୍ଡପ ପାଖରେ ହୋର୍ଡ଼ିଂ ପଡ଼ି 2 ଜଣଙ୍କ ମୃତ୍ୟୁ ୩ ଗୁରୁତର ଆହତ । ଗତକାଲି (ମଙ୍ଗଳବାର) ଅପରାହ୍ନରେ ବର୍ଷା, ପବନ ହେଇଥିବା ବେଳେ ୫୦ ଫୁଟରୁ ଉର୍ଦ୍ଧ୍ୱ ହୋର୍ଡିଂ ଭୁଶୁଡ଼ି ପଡ଼ିଥିଲା । ତଳେ ଥିବା ଦୋକାନରେ ଆଶ୍ରୟ ନେଇଥିବା ଲୋକଙ୍କ ଉପରେ ପଡିଥିଲା । ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବା ବେଳେ ଜଣେ ମହିଳା, ବୃଦ୍ଧ ଓ ଜଣେ ଦୋକାନୀ ଆହତ ହେଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ସମସ୍ତ ଆହତଙ୍କୁ ଏମ୍ସ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଛନ୍ତି । ମୃତକ ହେଲେ ଗଞ୍ଜାମ ଆସ୍କାର ଟୁନା ଗୌଡ଼ । ଖଣ୍ଡଗିରି ପୋଲିସ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ହୋର୍ଡିଂ ପଡ଼ିବାରୁ ଏକାଧିକ ଦୋକାନ ଘର ମଧ୍ୟ ଭାଙ୍ଗିଯାଇଛି । ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ଅଧା ଭଙ୍ଗା ହୋର୍ଡିଂକୁ ହଟାଇବା ପାଇଁ ପ୍ରୟାସ କରିଥିଲେ । ହୋର୍ଡିଂ କେବେ ନିର୍ମାଣ କରାଯାଇଥିଲା, କେମିତି ଭାଙ୍ଗିଲା ସେ ନେଇ ତଦନ୍ତ କରିବ ଖଣ୍ଡଗିରି ଥାନା ପୋଲିସ ।
Comments ସମସ୍ତ ମତାମତ