Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାଂସଦ ରବି ନାରାୟଣ ବେହେରାଙ୍କ ମାତାଙ୍କ ବିୟୋଗ

    Share on :
    ajab-Image
    Date: Feb 13, 2026    Views: 2492

    ଭୁବନେଶ୍ୱର: ଯାଜପୁର ଲୋକସଭା କ୍ଷେତ୍ରର ସାଂସଦ ଶ୍ରୀ ରବି ନାରାୟଣ ବେହେରାଙ୍କ ପୂଜ୍ୟ ମାତା ଶ୍ରୀମତୀ ସରସ୍ୱତୀ ବେହେରାଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ବେହେରା ଜଣେ ସ୍ନେହୀ, ମିଷ୍ଟାଭାଷୀ, ଅମାୟିକ, ଧର୍ମପରାୟଣା ଓ ବନ୍ଧୁବତ୍ସଳ ମହିଳା ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଜ୍ୟ ସାଧାରଣ ସମ୍ପାଦକ (ସଂଗଠନ) ଶ୍ରୀ ମାନସ କୁମାର ମହାନ୍ତି ଗଭୀର ଶୋକବ୍ୟକ୍ତ କରିଛନ୍ତି । 

    ସ୍ୱର୍ଗତଃ ସରସ୍ୱତୀ ବେହେରାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବା ପାଇଁ ରାଜ୍ୟର ସମସ୍ତ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook