Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯୁବ କଂଗ୍ରେସ ନେତାଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର

    Share on :
    ajab-Image
    Date: Jan 21, 2026    Views: 2553

    ସୋନପୁର:  ସୋନପୁରର ଯୁବ କଂଗ୍ରେସ ନେତା ରାଜେଶ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟ। ସୁବର୍ଣ୍ଣପୁର ସହରର ଭଗବତୀ ପ୍ଲଟ ସ୍ଥିତ ନିଜ ଘରୁ ଗୁଳିବିଦ୍ଧ ଅବସ୍ଥାରେ ରାଜେଶଙ୍କ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ରାତି ପ୍ରାୟ ୧୨ଟାରେ ରାଜେଶ ମିଶ୍ର ନିଜକୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯଉଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। 

    ସୂଚନାନୁଯାୟୀ, ଘଟଣାସ୍ଥଳରେ ସୋନପୁର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ୍ ଆସି ତଦନ୍ତ କରିବ ବୋଲି ସୂଚନା ମିଳିଛି। ସେ ଜଣେ ମିଷ୍ଟ ଭାଷୀ ଓ ମେଳାପି ବ୍ୟକ୍ତି ଥିବାବେଳେ କିଛି ଦିନ ତଳେ ତାଙ୍କୁ କଂଗ୍ରେସର କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ମିଳିଥିଲା। ଆଗରୁ ମଧ୍ୟ କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ଆସିଥିଲେ।

    Maximum 500 characters

    ତାଜା ଖବର View all

    Find Us on Facebook