ମୁଖ୍ୟ ଖବର
ବାଲିପାଟଣା: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଠାନ୍ତର ପଞ୍ଚାୟତ ବାରିଲୋ ଗ୍ରାମର ବିଜୟ କୁମାର ଜେନା ( ୫୪ )ଙ୍କର ଆଜି ସକାଳେ ବିଦ୍ୟୁତ ଆଘାତରେ ଅକାଳ ମୃତ୍ୟୁ ଘଟିଛି । ବିଲରେ ପାଣି ମଡ଼ାଇବା ବେଳେ କୌଣସି କାରଣରୁ ଲିପ୍ଟ ପଏଣ୍ଟରେ କରେଣ୍ଟ ଚାର୍ଜ ହୋଇଯାଇଥିଲା । ବିଜୟଙ୍କ ଶରୀର କରେଣ୍ଟ ସଂସ୍ପର୍ଶରେ ଆସିଥିଲା ଜ୍ଝ ଫସଲ କିଆରୀରେ ହିଁ ଟଳି ପଡ଼ିଥିଲେ ସେ । ସ୍ଥାନୀୟ ଜନୈକ ବ୍ୟକ୍ତି କୋବି କିଣିବାକୁ ଯିବା ବେଳେ ବିଜୟଙ୍କୁ ପଡ଼ିଥିବା ଅବସ୍ଥାରେ ଦେଖିଥିଲେ । ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଥିଲା । ସେଠାରେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବିଜୟ ବାଲିପାଟଣା ବ୍ଲକର ଜଣେ ସଫଳ ଚାଷୀ ଭାବେ ବହୁ ସ୍ଥାନରେ ପୁରସ୍କୃତ ହୋଇଛନ୍ତି । ସ୍ଥାନୀୟ ମହାବୀର ସାଂସ୍କୃତିକ ପରିଷଦର ସେ ଜଣେ ସ୍ଥାୟୀ ସଦସ୍ୟ ଥିଲେ । ଜଣେ ସୁନାମଧନ୍ୟ ହାସ୍ୟ ଅଭିନେତା ଭାବେ ବାଲିପାଟଣା ଅଞ୍ଚଳରେ ସେ ବେଶ୍ ଜଣାଶୁଣା । ସକାଳୁ ବିଜୟ ବିଲ ମୁଣ୍ଡରେ ପ୍ରତିଷ୍ଠା କରିଥିବା ଜଗନ୍ନାଥଙ୍କୁ ପୂଜା କରିବା ପରେ ବିଲକୁ ଯାଇଥିଲେ ଜ୍ଝ ଦୁର୍ଭାଗ୍ୟ ବଶତଃ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ଘଟିଛି ।
ବାଲିପାଟଣା ପୁଲିସ ଶବ ବ୍ୟବଛେଦ ପ୍ରକିୟା ଜାରି ରଖିଛି । ସ୍ଥାନୀୟ ବିଦ୍ୟୁତ ବିଭାଗ କର୍ମଚାରୀ ଘଟଣା ସ୍ଥଳ ଅନୁଧ୍ୟାନ କରି ଫେରିଛନ୍ତି । ଅଠାନ୍ତର ସରପଞ୍ଚ ଅଜିତ କୁମାର ମହାନ୍ତି ଏବଂ ଗ୍ରାମବାସୀ ବିଜୟଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।
Comments ସମସ୍ତ ମତାମତ