Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୧ କେଭିତାର ସଂସ୍ପର୍ଶରେ ଆସି ଯୁବକ ମୃତ

    Share on :
    ajab-Image
    Date: Nov 6, 2025    Views: 2734

    ପୁରୀ : ବିଦ୍ୟୁତ ଆଘାତରେ ଗଲା ଜୀବନ । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବାହୁଡିହ ଗ୍ରାମରେ ଏହି ଅଘଟଣ ଘଟିଛି । ମୃତକ ହେଲେ ୨୨ ବର୍ଷୀୟ ଯୁବକ ସନ୍ଦୀପ ନାୟକ । ଚାକୁଣ୍ଡା ଗଛ କାଟୁଥିବା ବେଳେ ବିଦୂତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି । ଘର ଆଗରେ ଯାଇଥିବା ୧୧ କେଭି ବିଦ୍ୟୁତ ତାରରେ ଲୁହା ପାଇପ ଲାଗି ଯୁବକ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଅସ୍ତରଙ୍ଗ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook