Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆରପାରିରେ ଭେଟରାନ ଅଭିନେତା ଦେବୀ ରଥ

    Share on :
    ajab-Image
    Date: Nov 5, 2025    Views: 2617

    ଭୁବନେଶ୍ୱର: ଆରପାରିରେ ଓଡ଼ିଶା ଯାତ୍ରା ଦୁନିଆର ଭେଟରାନ ଅଭିନେତା ଦେବୀ ରଥ। ୭୧ ବର୍ଷ ବୟସରେ ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ ହୋଇଛି । ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ନିଜ ଜନ୍ମମାଟିରେ ଦେହାନ୍ତ ହୋଇ‌ଥିବା ସୂଚନା। ତେବେ ଡିଜେ ସାଉଣ୍ଡ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକ ଅଭିଯୋଗ କରିଛନ୍ତି ।ଚାର୍‌ ଶୋ ବିସ୍‌ ନାଟକରେ ଅଭିନୟର ଯାତ୍ରା ଆରମ୍ଭ ହୁଏ ତ ସେ ପାଲଟିଯାଆନ୍ତି ଯାତ୍ରାର ଚାର୍‌ ଶୋ ବିସ୍‌ କଳାକାର। 'ଗରୀବ କାନ୍ଦେ କାହିଁକି' ନାଟକରୁ ତାଙ୍କୁ ମିଳେ ଯାତ୍ରା ଜଗତରେ ସ୍ବତନ୍ତ୍ର ପରିଚୟ। ତାରପୁର ଅପେରାରୁ ଅଭିନୟର ଶୁଭଖୁଣ୍ଟି ପୋତି ସେହି ଗୋଟିଏ ମଞ୍ଚରେ ୨୬ ବର୍ଷ ରହି ଦେବୀ ରଥ ଦର୍ଶକଙ୍କୁ ଭେଟିଦେଇଛନ୍ତି ଅନେକ ହସ, କାନ୍ଦ, କୋଧ ଆଉ କୋହର ସମ୍ମିଶ୍ରଣ ଅଭିନୟ। ପରେ ପରେ ତୁଳସୀ ଗଣନାଟ୍ୟରେ ୮ ବର୍ଷ ଏବଂ ପରେ ଇଷ୍ଟର୍ଣ୍ଣ ବ୍ଳୁ ରେ ୬ ବର୍ଷ ରହି ଶତାଧିକ ନାଟକରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ ଯାତ୍ରା ଜଗତର ଏହି ପତାମହ ଭିଷ୍ମ। ଯାତ୍ରାରେ ଦୀର୍ଘ ୪୯ ବର୍ଷର ଯାତ୍ରାରେ ସେ ସାଉଁଟିଛନ୍ତି ଭିନ୍ନ ଭିନ୍ନ ପରିଚୟ। କିଏ କହେ ତାଙ୍କୁ ମାମା ବା ମାମୁଁ ତ ଆଉ କିଏ କହେ ସେ ଯାତ୍ରା ଗଜତର ବାପା। ତାରାପୁର ଅପେରାରୁ ଆରମ୍ଭ ହୋଇ‌ଥିବା ଦେବୀ ରଥଙ୍କ ଯାତ୍ରା କ୍ୟାରିୟର ଯବନିକା ପଡ଼ିଥିଲା ପାର୍ବତୀ ଗଣନାଟ୍ୟର ନାଟକ 'ଠକିଦେଲ ବନ୍ଧୁ ଠିକଣା ବେଳେ' ନାଟକରେ। 
    ଅଭିନୟକୁ ଆଦରି ନେଇଥିବା ଏହି କଳାକାରଙ୍କ କରକମଳରୁ ଗଢ଼ି ହୋଇଛନ୍ତି ଅନେକ ଆଗଧାଡ଼ିର କଳାକାର। ତାଙ୍କ ଅଭିନୟର ଛାପ ଛାଡ଼ି‌ଥିବା ଯାତ୍ରା ନାଟକ ଗୁଡ଼ିକ ମଧ୍ୟରେ, ଚାର୍‌ ଶୋ ବିସ୍, ଗରୀବ କାନ୍ଦେ କାହିଁକି, ମହାଦେବ ବେଢ଼ା ବଉଦ ବେଦୀ, ପାଇକ ପୁଅ ଦଳବେହେରା, ପ୍ରେମ ସମାଧିରେ ବିବାହ ବେଦୀ, ମୁଣ୍ଡରେ ଥୋଇଛି ପାଦର ଜୋତା, ପଣତକାନି ଭଳି ଅନେକ ଲୋକପ୍ରିୟ ନାଟକ ଦେବୀ ରଥର ଜ୍ବଳନ୍ତ ଅଭିନୟର ପ୍ରମାଣ ଦେଇଛି। ଆଜି ଏଭଳି ଜଣେ କଳାକାର ଆମ ଗହଣରେ ନାହାନ୍ତି। କିନ୍ତୁ ତାଙ୍କ ଅଭିନୟର ଛାପ ସବୁବେଳେ ରହିଥିବ ଜନମାନସରେ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook