Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଡ଼ ଅଘଟଣ:ଷ୍ଟଣ୍ଟ ଭୁଲ ହୋଇଯିବାରୁ ଷ୍ଟଣ୍ଟ କଳାକାର ମୃତ

    Share on :
    ajab-Image
    Date: Jul 14, 2025    Views: 5001

    ନୂଆଦିଲ୍ଲୀ:  ଫିଲ୍ମ ପାଇଁ ଷ୍ଟଣ୍ଟ ସିନର ଶୁଟିଂ ଚାଲିଥିବା ବେଳେ ଘଟିଛି ବଡ଼ ଅଘଟଣ। ଷ୍ଟଣ୍ଟ ଭୁଲ ହୋଇଯିବାରୁ ଚାଲି ଯାଇଛି ଚର୍ଚ୍ଚିତ ଷ୍ଟଣ୍ଟ କଳାକାର ଏସ୍‌ଏମ ରାଜୁଙ୍କ ଜୀବନ। ତାମିଲ ଷ୍ଟାର ଆର୍ୟ୍ୟଙ୍କ ଆଗାମୀ ଫିଲ୍ମ ଭେଟ୍ଟୁବାନର ଶୁଟିଂ ତାମିଲନାଡୁରେ ଚାଲିଥିବା ବେଳେ ଏପରି ଦୁର୍ଘଟଣା ଘଟିଛି।

    ବିପଦପୂର୍ଣ୍ଣ କାର ଓଲଟିବାର ଦୃଶ୍ୟକୁ ନିର୍ଦ୍ଦେଶକ ପିଏ ରଣଜୀତ ଶୁଟ କରୁଥିବା ବେଳେ ଷ୍ଟଣ୍ଟରେ ତ୍ରୁଟି ହୋଇ ଯାଇଥିଲା। ଫଳରେ ଏସ୍‌ଏମ ରାଜୁ ଭୟଙ୍କର କାର ଦୁର୍ଘଟଣା ଯୋଗୁ ପ୍ରାଣ ହରାଇଛନ୍ତି।ଏହି ଛାତିଥରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସୁଛି। ଏଥିରେ ଦେଖିବାକୁ ମିଳୁଛି ଯେ ରାଜୁ ଦ୍ରୁତଗତିରେ କାର ନେଇ ଯାଉଛନ୍ତି। ହଠାତ୍‌ କାରଟି ଭାରସାମ୍ୟ ହରାଇ କିଛି ଉଚ୍ଚକୁ ଉଠିବା ସହ ଜୋରରେ ପିଟି ହୋଇ ତଳେ ପଡ଼ିଥିଲା। ଏହାକୁ ଦେଖି ଶୁଟିଂ ସେଟରେ ଥିବା ଲୋକମାନେ ଦୁର୍ଘଟଣାସ୍ଥଳକୁ ଦୌଡ଼ି ଥିଲେ। କିନ୍ତୁ ସେତେବେଳକୁ ବହୁତ ବିଳମ୍ବ ହୋଇ ସାରିଥିଲା। ଗାଡ଼ିଟି ଭାଙ୍ଗି ଯାଇଥିବା ବେଳେ ରାଜୁ ପ୍ରାଣ ହରାଇ ସାରିଥିଲେ। ଶୁଟିଂ ସେଟରେ ଉପସ୍ଥିତ ଥିବା ଲୋକମାନେ ଗାଡ଼ି ଭିତରୁ ରାଜୁଙ୍କୁ ବାହାର କରି ହସ୍ପିଟାଲ ନେଇଥିଲେ। କିନ୍ତୁ ସେତେବେଳକୁ ରାଜୁଙ୍କ ମୃତ୍ୟୁ ହୋଇ ସାରିଥିଲା। ଏତେ ବଡ଼ ଦୁର୍ଘଟଣା ଯୋଗୁ ଷ୍ଟଣ୍ଟ ଦୃଶ୍ୟର ଶୁଟିଂକୁ ଅଧାରେ ବନ୍ଦ କରି ଦିଆଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook