Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାଣି ଟାଙ୍କି ସଫା ବେଳେ ୫ ମୃତ

    Share on :
    ajab-Image
    Date: Mar 9, 2025    Views: 5716

    ମୁମ୍ୱାଇ : ମୁମ୍ୱାଇର ନାଗପାଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପାଣି ଟାଙ୍କିର ସଫେଇ ବେଳେ ଅଣନିଃଶ୍ୱାସୀ ହୋଇ ୫ଜଣ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ଆଜି ଦ୍ୱିପ୍ରହର ସମୟ ୧ଟା ୩୦ମିନିଟ୍‌ରେ ଏହି ଘଟଣା ଘଟିଛି। ତୁରନ୍ତ ଏହି ୫ଜଣ କର୍ମଚାରୀଙ୍କୁ ହସ୍ପିଟାଲକୁ ନିଆଯାଇ ଥିଲା, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷିତ କରିଛନ୍ତି। ସୂଚନା ଆଧାରରେ, ଏହି ଦୁର୍ଘଟଣା ନାଗପାଡାର ଡିମଟିମକର ରୋଡ୍‌ ସ୍ଥିତ ବିସ୍ମିଲ୍ଲାହ ସ୍ପେସ୍‌ ବିଲ୍ଡିଂରେ ହୋଇଛି। ଏହି ସ୍ଥାନ ଗୁଡ୍‌ ଲକ୍‌ ମୋଟର ଟ୍ରେନିଂ ସ୍କୁଲ୍ ନିକଟସ୍ଥ ମିଣ୍ଟ ରୋଡ୍‌ରେ ଅବସ୍ଥିତ। 

    ମୁମ୍ୱାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ସବୁ ଶ୍ରମିକଙ୍କୁ ରକ୍ଷା କରି ନିକଟସ୍ଥ କେ ସର୍‌ ଜେ.ଜେ ହସ୍ପିଟାଲରେ ଭର୍ତ୍ତି କରାଇ ଥିଲେ , ସେଠାରେ ଡାକ୍ତରମାନେ ତାଙ୍କୁ ମୃତ୍ୟୁ ଘୋଷିତ କରିଛନ୍ତି। 

    ବୃହନମୁମ୍ୱାଇ ନଗର ନିଗମ (ବିଏମସି) ଓ ମୁମ୍ୱାଇ ପୁଲିସର ଅଧିକାରୀମାନେ ୫ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook