Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅବସରରୁ ୟୁଟର୍ନ ନେଲେ କ୍ୱିଣ୍ଟନ ଡି’କକ୍‌

    Share on :
    ajab-Image
    Date: Sep 23, 2025    Views: 3696

    ଜୋହାନ୍ସବର୍ଗ : ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟର କ୍ୱିଣ୍ଟନ ଡି’କକ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ସେ ଅବସର ନେଇସାରିଥିଲେ। ମାତ୍ର ସେ ପୁନର୍ବାର ଖେଳିବା ଲାଗି ଆଗ୍ରହ ଦେଖାଇଛନ୍ତି। ଆଗାମୀ ପାକିସ୍ତାନ ଟୁର୍‌ ପାଇଁ ତାଙ୍କୁ ଜାତୀୟ ହ୍ବାଇଟ୍‌ ବଲ୍‌ ଦଳରେ ନିଆଯାଇଛି।

    ଅନ୍ୟପକ୍ଷରେ ପେଣ୍ଡାରେ ଯନ୍ତ୍ରଣା ଯୋଗୁ ଅଧିନାୟକ ଟେମ୍ବା ବଭୁମା ଟେଷ୍ଟ ସିରିଜରୁ ଓହରି ଯାଇଛନ୍ତି। ଦକ୍ଷିଣ ଆଫ୍ରିକା ଅକ୍ଟୋବର ୧୨ରୁ ୨୪ ଲାହୋର ଓ ରାଓ୍ବଲପିଣ୍ଡିରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳି ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ବଜାୟ ରଖିବା ଅଭିଯାନ ଆରମ୍ଭ କରିବ। ବାମହାତୀ ଓପନର ଡି’କକ୍‌ ତାଙ୍କର ଶେଷ ଅନ୍ତର୍ଜାତୀୟ ଦିନିକିଆ ୨୦୨୩ ବିଶ୍ୱକପ୍‌ରେ ଖେଳିଥିଲେ। ଶେଷ ଥର ପାଇଁ ହ୍ବାଇଟ୍‌ବଲ କ୍ରିକେଟ ମ୍ୟାଚ ବାର୍ବାଡୋସରେ ଟି୨୦ ବିଶ୍ୱକପ୍‌ ୨୦୨୪ ଫାଇନାଲରେ ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ବର୍ତ୍ତମାନ କୋଚ୍‌ ଶୁକ୍ରି କୋନାର୍ଡ ଏହି ଖେଳାଳିଙ୍କ ସହ ଆଲୋଚନା କରିବା ପରେ ତାଙ୍କୁ ଉଭୟ ସୀମିତ ଓଭର ଦଳରେ ସାମିଲ କରିଛନ୍ତି। ଡି’କକ୍‌ ଦକ୍ଷିଣ ଆଫ୍ରିକାର ୧୫୫ ଅନ୍ତର୍ଜାତୀୟ ଦିନିକିଆରେ ପ୍ରତିନିଧିତ୍ୱ କରି ୪୫.୭୪ ଆଭରେଜରେ ୬୭୭୦ ରନ ସଂଗ୍ରହ କରିଛନ୍ତି। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ୯୬.୬୪ ରହିଥିଲା। ସେ ଆହୁରି ମଧ୍ୟ ତାଙ୍କର ୯୨ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ୧୩୮.୩୨ ଷ୍ଟ୍ରାଇକ୍‌ରେଟ୍‌ରେ ୨୫୮୪ ରନ ସ୍କୋର କରିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook