Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବାରରେ ଡ୍ୟାନ୍ସ ନୁହେଁ, ଅର୍କେଷ୍ଟ୍ରା ବାଜିବ: ମନ୍ତ୍ରୀ

    Share on :
    ajab-Image
    Date: Oct 30, 2024    Views: 3759

    ଭୁବନେଶ୍ୱର: ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସବାର। ଆଉ ପୁଣି ରଙ୍ଗୀନ ଆସର ଜମିବା ସହ ନାଚିବେ ଯୁବତୀ। ୨୦୨୪-୨୫ ଆର୍ଥିକବର୍ଷର ଅବକାରୀ ନୀତିରେ ଡ୍ୟାନ୍ସବାର ଉପରେ ସରକାର କଟକଣା ଲଗାଇଥିବା ବେଳେ ତାହାକୁ କୋହଳ କରିଛନ୍ତି। ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ‘ଓଡ଼ିଶା ଅବକାରୀ (ସଂଶୋଧନ) ରୁଲସ-୨୦୨୪’ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ କିଛି କଡ଼ା ନିୟମ ସହ ପୁଣିଥରେ ଡ୍ୟାନ୍ସବାର ଚାଲିବା ପାଇଁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ବାରରେ ଡ୍ୟାନ୍ସ ନୁହେଁ ସଙ୍ଗୀତ ଓ ଅର୍କେଷ୍ଟ୍ରା ପରିବେଷଣ ହୋଇପାରିବ । ଏନେଇ ନୂଆ ନିୟମ ଅଣାଯାଇଛି ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 
    ସେ କହିଛନ୍ତି ଯେ ବାରମାଲିକାମାନେ ଏନେଇ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ ।  ବାରରେ ଡ୍ୟାନ୍ସ ହେବନି, ନ୍ୟାୟାଳୟକୁ ମଧ୍ୟ ଏନେଇ ଅବଗତ କରାଯିବ । ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବନି । ସଙ୍ଗୀତ ଓ ଅର୍କେଷ୍ଟ୍ରା ପରିବେଷଣ ହେବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook