ମୁଖ୍ୟ ଖବର
ଭୁବନେଶ୍ୱର: ଆଜିକାଲି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବୃଦ୍ଧି ପାଇପାରେ ଲାଗିଛି । ଏହାକୁ କିଛି ଦର୍ଶକ ପସନ୍ଦ କରୁଥିବାବେଳେ ସମାଜର ବହୁ ଲୋକ ବିରୋଧ କରୁଛନ୍ତି । ତେବେ ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଯାତ୍ରାରେ ଅଶ୍ଳୀଳ ନୃତ୍ୟ ରୋକିବାକୁ ରାଜ୍ୟ ସରକାର ଆଇନ ଆଣିବାକୁ ଯାଉଛନ୍ତି । ଖୁବଶୀଘ୍ର ଏନେଇ ନିୟମ ଆସିବ ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ସେ କହିଛନ୍ତି ଖୁବଶୀଘ୍ର ଯାତ୍ରା ମାଲିକଙ୍କ ସହ ଆଲୋଚନା କରି ନିୟମ ଆସିବ । ଏଥିସହ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ବନ୍ଦ କରିବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି ।
ପ୍ରକାଶ ଯେ ଯାତ୍ରା କଳାକାର ରାଣୀ ପଣ୍ଡାଙ୍କ ନୃତ୍ୟକୁ ଅଶ୍ଳୀଳ ଦର୍ଶାଇ ତାଙ୍କୁ ଖଣ୍ଡଗିରି ମନା କରାଯାଇଥିଲା । ତେବେ ସାହୁ ଭାଉଜ, ନିଶା ମହାରଣା ଓ ରାଣୀ ପ୍ରିୟଦର୍ଶିନୀଙ୍କ ଭଳି କିଛି କଳାକାର ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରୁଥିବାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Comments ସମସ୍ତ ମତାମତ