ମୁଖ୍ୟ ଖବର
ବଲାଙ୍ଗିର: କାମ ଯୋଗାଇଦେବାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦ ଚାଲାଣବେଳେ ବଲାଙ୍ଗିର ରେଲୱେ ଷ୍ଟେସନରୁ ୪୪ଜଣ ଦାଦନ ଶ୍ରମିକ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୧୪ ଜଣ ନାବାଳକ ଅଛନ୍ତି। ସମସ୍ତଙ୍କ ଘର ବେଲପଡା ଥାନା ରେଙ୍ଗାଳୀ ଗାଁର ବୋଲି ଜଣାଯାଇଛି।
ଗତକାଲି ୪୪ ଜଣ ଦାଦନ ଶ୍ରମିକଙ୍କୁ ଇଟା ଭାଟିରେ କାମ କରିବାକୁ ହାଇଦ୍ରାବାଦ ଚାଲାଣ କରାଯାଉଥିଲା। ଏନେଇ ବଲାଙ୍ଗିର ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏନେଇ ଷ୍ଟେସନରେ ଜଗି ରହିଥିଲା। ଦାଦନ ଶ୍ରମିକମାନେ ଷ୍ଟେସନରେ ପହଞ୍ଚିବା ପରେ ପୁଲିସ ସେମାନଙ୍କୁ ଉଦ୍ଧାର କରିଥିଲା। ଏହି ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରି ପଚରାଉଚରା କରୁଛି ଓ ଘଟଣା ତଦନ୍ତ କରୁଛି। ଏମାନଙ୍କୁ କିଏ ଦାଦନ ଖଟିବାକୁ ହାଇଦ୍ରାବାଦ ଚାଲାଣ କରୁଥିଲେ, ଏହି ଘଟଣାରେ କେଉଁ କେଉଁମାନେ ସଂପୃକ୍ତ ଅଛନ୍ତି, ପୁଲିସ ତାର ଖୋଳତାଡ଼ କରୁଛି।
Comments ସମସ୍ତ ମତାମତ