ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଗୁରୁବାର ଏକ ଖୁସିଖବର ମିଳିଛି। ରାଜ୍ୟ ସରକାର ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଫଳରେ ମହଙ୍ଗା ଭତ୍ତା ୨୫୭%ରୁ ବୃଦ୍ଧି ପାଇ ୨୬୨% ରେ ପହଞ୍ଚିଛି। ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।
ପିଛିଲା ଭାବେ ଜାନୁଆରୀରୁ ଲାଗୁ ନେଇ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ବର୍ଦ୍ଧିତ ଭତ୍ତା ଜୁଲାଇ ମାସ ଦରମାରେ ମିଳିବ ବୋଲି ଜଣାପଡ଼ିଛି।
ଏହା ଫଳରେ ହଜାର ହଜାର ସରକାରୀ କର୍ମଚାରୀ ଓ ପେନସନ୍ ଭୋଗୀ ସିଧାସଳଖ ଭାବେ ଉପକୃତ ହେବେ । ଦ୍ରବ୍ୟ ମୂଲ୍ୟ ବୃଦ୍ଧି ଓ ଜୀବନଯାପନ ଖର୍ଚ୍ଚ ବଢ଼ୁଥିବା ସମୟରେ ସରକାରଙ୍କ ଏହି ଘୋଷଣା କର୍ମଚାରୀଙ୍କ ପାଇଁ ବଡ଼ ଆର୍ଥିକ ଆଶ୍ୱସ୍ତି ଆଣିଛି। ବଢ଼ିଥିବା ଭତ୍ତା ସହ ବକେୟା ରାଶି ମିଳିବାରୁ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି ।
Comments ସମସ୍ତ ମତାମତ