Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜଧାନୀରେ ୮୦ରୁ ଅଧିକ ସିଲିଣ୍ଡର ଜବତ

    Share on :
    ajab-Image
    Date: Apr 8, 2026    Views: 3497

    ଭୁବନେଶ୍ୱର: ରାଜଧାନୀରେ ବେଆଇନ ଗ୍ୟାସ କାରବାର। ଆଗରେ କାଠ ଗୋଲା, ଭିତରେ କିନ୍ତୁ ଚାଲିଥିଲା ସିଲିଣ୍ଡରର କଳାବଜାରୀ। ଭୁବନେଶ୍ୱରରେ ଏକ ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗର ଚଢ଼ାଉ। ଖୋର୍ଦ୍ଧା CSOଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଜବତ ହୋଇଛି ପ୍ରାୟ ୮୦ରୁ ଅଧିକ ସିଲିଣ୍ଡର।
    ଗୋଦାମ ଭିତରୁ ୧୦ଟି ଭର୍ତ୍ତି ଘରୋଇ ସିଲିଣ୍ଡର ସହ ୬୦ଟି ଖାଲି ବଡ଼ ସିଲିଣ୍ଡର ଏବଂ ୧୭ଟି ୫ କେଜିଆ ଖାଲି ସିଲିଣ୍ଡର ଜବତ ହୋଇଛି। ଯୋଗାଣ ବିଭାଗ ଆସିବା ଜାଣି ମାଲିକ ଫେରାର ହୋଇଯାଇଥିବା ବେଳେ, ଏବେ ପୂରା ଗୋଦାମକୁ ସିଲ୍ କରାଯାଇଛି।

    କିଏ ଏହି କାରବାର ପଛରେ ଅଛି ଏବଂ କେଉଁଠୁ ଆସୁଥିଲା ଏତେ ସିଲିଣ୍ଡର, ତାହାର ଖୋଳତାଡ଼ ଜାରି ରହିଛି।

    Maximum 500 characters

    ତାଜା ଖବର View all

    Find Us on Facebook