Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଅଘଟଣ ସୂଚନା ନାହିଁ: ମୁଖ୍ୟ ଶାସନ ସଚିବ

    Share on :
    ajab-Image
    Date: Nov 20, 2026    Views: 3254

    ଭୁବନେଶ୍ବର: ବାତ୍ୟା 'ଆକଭାନ'ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ଏହା ଗୋପାଳପୁର ନିକଟରେ ଅତିକ୍ରମ କରିଛି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ 70ରୁ 80 କିମି ରହିଛି । ଝଟକା ପବନର ବେଗ ରହିପାରେ 90 କିଲୋମିଟର ।
    ଗତ 6 ଘଣ୍ଟା ମଧ୍ୟରେ 21କିମି ପ୍ରତି ଘଣ୍ଟା ବେଗରେ ଉତ୍ତର ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଏହି ଭୀଷଣ ସାମୁଦ୍ରିକ ବାତ୍ୟା ବଙ୍ଗୋସାଗରରେ ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି । ଗଞ୍ଜାମ, ପୁରୀ, ଗଜପତି, ଖୋର୍ଦ୍ଧା ଜିଲ୍ଲା ଫୋକସରେ । ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ ପରେ ସରକାର ଆକ୍ସନ ମୋଡରେ । ଲକ୍ଷାଧିକ ଲୋକ ସୁରକ୍ଷିତ ସ୍ଥାନ ଏବଂ ଆଶ୍ରୟସ୍ଥଳକୁ ସ୍ଥାନାନ୍ତରିତ । ରନ୍ଧାଖାଦ୍ୟ ଏବଂ ମେଡିସିନ ମହଜୁଦ । ଉଦ୍ଧାର ଏବଂ ପୁନଃଥଇଥାନ କାର୍ଯ୍ୟ ପାଇଁ ପ୍ରସ୍ତୁତ ଅଗ୍ନିଶମ ଟିମ୍ ଏବଂ ଏନଡିଆରଏଫ୍ ଟିମ୍ । ଜିରୋ କାଜୁଆଲିଟି ଲକ୍ଷ୍ୟରେ ଅହରହ କାର୍ଯ୍ୟ କରୁଛନ୍ତି ମନ୍ତ୍ରୀଙ୍କ ଠାରୁ ଆଏଏସ୍ ଅଧିକାରୀ ।

    ସାମୁଦ୍ରିକ ବାତ୍ୟା ଆକଭାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଛି । ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଉ କିଛି ସମୟ ଚାଲିବ । କିନ୍ତୁ କୌଣସି ପ୍ରକାର ଅଘଟଣ ସମ୍ପର୍କିତ ସୂଚନା ଆସିନାହିଁ । ବ୍ରହ୍ମପୁର ଓ ଦିଗପହଣ୍ଡି ସହରାଞ୍ଚଳର ରାସ୍ତାରେ ବର୍ଷା ଜଳ ରହିଥିବା ଦୃଷ୍ଟିରେ ଆସୁଛି । ତେଣୁ ସେଠାକୁ ଟିମ ପଠାଯାଇ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି । ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।

    ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି, ‘ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା ହୋଇଛି । ବରିଷ୍ଠ ଅଧିକାରୀଙ୍କ ସହିତ କଥା ହୋଇଛୁ । ରାତି ସାରା କଣ୍ଟ୍ରୋଲ ରୁମରୁ ସମସ୍ତ ପ୍ରକ୍ରିୟା ଉପରେ ନଜର ରଖାଯାଇଥିଲା । କିନ୍ତୁ ଅଘଟଣ ସମ୍ପର୍କିତ କୌଣସି ଖବର ଆସିନାହିଁ । ବ୍ରହ୍ମପୁର ସହରାଞ୍ଚଳ, ଦିଗପହଣ୍ଡି ସହରାଞ୍ଚଳର ରାସ୍ତାରେ ବର୍ଷା ଜଳ ରହିଥିବା ଦୃଷ୍ଟିରେ ଆସୁଛି । ସେଠାକୁ ଟିମ ପଠାଯାଇ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରାୟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook