ମୁଖ୍ୟ ଖବର
ଭୁବନେଶ୍ଵର : ବାତ୍ୟାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ । ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟା । ୨ ଘଣ୍ଟା ଯାଏଁ ଚାଲିବ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଦିନ ୧୧ଟା ସୁଦ୍ଧା ସ୍ଥଳଭାଗ ଅତିକ୍ରମ କରିବ ଅକଭାନ୍ । ଗୋପାଳପୁର ଠାରୁ ୬୦କିମି, କଳିଙ୍ଗପାଟନମ ଠାରୁ ୮୦କିମି, ପୁରୀ ଠାରୁ ୧୬୦କିମି ଦୂରରେ ବାତ୍ୟା କେନ୍ଦ୍ରୀଭୂତ । ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ଘଣ୍ଟାପ୍ରତି ୨୧ କିଲୋମିଟର ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି । ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟର ଏବଂ ଝଟକା ପବନର ବେଗ ୯୦ କିଲୋମିଟର ରହିବାର ଆକଳନ କରାଯାଇଛି।
ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେଉଛି । ପାତ୍ରପୁରରେ ସର୍ବାଧିକ ୨୦୯ ମିଲିମିଟର, ହିଞ୍ଜିଳିରେ ୨୦୭ ମିଲିମିଟର, ଚିକିଟିରେ ୧୯୯ ମିଲିମିଟର, ଗୋପାଳପୁରରେ ୧୯୦ ମିଲିମିଟର ଏବଂ ଛତ୍ରପୁରରେ ୧୪୯ ମିଲିମିଟର ବର୍ଷା ହୋଇଛି।ସେହିପରି ଚାନ୍ଦବାଲିରେ ୧୧୯ ମିଲିମିଟର, ତିହିଡ଼ିରେ ୧୦୦ ମିଲିମିଟର, କୁଜଙ୍ଗରେ ୯୭ ମିଲିମିଟର, ପାରାଦୀପରେ ୯୩ ମିଲିମିଟର, ରାଜକନିକା ଓ ରାଜନଗରରେ ୮୨ ମିଲିମିଟର, ପୁରୀରେ ୭୯ ମିଲିମିଟର, ପଟ୍ଟାମୁଣ୍ଡାଇରେ ୭୬ ମିଲିମିଟର ଏବଂ ଜି. ଉଦୟଗିରିରେ ୭୫ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏନେଇ ଭୁବନେଶ୍ଵର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।
Comments ସମସ୍ତ ମତାମତ