Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଗୁରୁଚାପ ବଳୟ: ଦୁର୍ବଳ ହେଉଛି ବାତ୍ୟା

    Share on :
    ajab-Image
    Date: Nov 19, 2026    Views: 3864

    ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଅକ୍ୱାନ୍‌’କୁ ନେଇ ଆସିଛି ନୂଆ ସୂଚନା। ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ବାତ୍ୟା କ୍ରମଶଃ ଦୁର୍ବଳ ହେଉଥିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି । ଫଳରେ ଭୀଷଣ ବାତ୍ୟା ପରିବର୍ତ୍ତେ ଏହା କେବଳ ବାତ୍ୟା ଭାବେ ଲ୍ୟାଣ୍ଡଫଲ୍‌ କରିବାର ସମ୍ଭାବନା ରହିଛି ।

    ସୂଚନା ଅନୁସାରେ, ଆରବ ସାଗର ଓ ଆଣ୍ଡାମାନ ସାଗର ପଟରୁ ଦୁଇଟି ଗୁରୁଚାପ ବଳୟ ସୃଷ୍ଟି ହୋଇଛି । ଏହି ଗୁରୁଚାପ ବଳୟର ପ୍ରଭାବରେ ଶୁଷ୍କ ବାୟୁ ପ୍ରବାହିତ ହେଉଛି । ଶୁଷ୍କ ବାୟୁର ପ୍ରଭାବରେ ବାତ୍ୟା ‘ଅକ୍ୱାନ୍‌’ର ଶକ୍ତି ହ୍ରାସ ପାଉଛି । IMDର ସୂଚନା ଅନୁଯାୟୀ, ବାତ୍ୟା କ୍ରମଶଃ ଦୁର୍ବଳ ହେଉଥିବାରୁ ଏହାର ତୀବ୍ରତା ହ୍ରାସ ପାଇବ। ତେବେ ଲ୍ୟାଣ୍ଡଫଲ୍‌ ସମୟରେ ଏହାର ପ୍ରକୃତ ସ୍ଥିତି ଓ ପ୍ରଭାବ ଉପରେ ନଜର ରଖାଯାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook