ମୁଖ୍ୟ ଖବର
ଭୁବନେଶ୍ଵର: ବାତ୍ୟା ଓ ବନ୍ୟା କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ସହ କେନ୍ଦ୍ରୀୟ ଟିମ୍ ର ବୈଠକ । ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପରେ ଲୋକସେବା ଭବନରେ କେନ୍ଦ୍ରୀୟ ଟିମ୍ । ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରୁଛନ୍ତି । ଏସଆରସି, ଉନ୍ନୟନ କମିଶାନର, ଅଗ୍ନିଶମ ଡିଜିଙ୍କ ସହ ରାଜ୍ୟ ସରକାରଙ୍କ ଅନ୍ୟ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଅଛନ୍ତି ।
ସୂଚନାନୁଯାୟୀ, ଦୁଇ ଦିନ ଧରି ଗଞ୍ଜାମ ଏବଂ ଗଜପତିରେ ବନ୍ୟା କ୍ଷୟକ୍ଷତି ଆକଳନ କରିଥିଲେ ୮ ଜଣିଆ କେନ୍ଦ୍ରୀୟ ଟିମ୍ । କେତେ ଚାଷ ଜମି କ୍ଷୟକ୍ଷତି ହୋଇଛି, କେତେ ଘର ଭାଙ୍ଗିଛି, ଜୀବନ ଜୀବିକା କିଭଳି ପ୍ରଭାବିତ ହୋଇଛି, ଗ୍ରାଉଣ୍ଡ ଜିରୋକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ବନ୍ୟା ପୀଡ଼ିତାଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ରୀୟ ଟିମର ସଦସ୍ୟ । ରାଜ୍ୟ ସରକାରଙ୍କ ସହ ଆଲୋଚନ ପରେ ଦିଲ୍ଲୀ ଫେରି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ଟିମ୍ । ତେବେ ରିପୋର୍ଟ ଆଧାରରେ ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ମିଳିପାରେ । ଗତକାଲି ବାତ୍ୟା ପ୍ରଭାବ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଭେଟି ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଯଦିଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇ ସରିଛି. କେନ୍ଦ୍ରୀୟ ସହାୟତା କେତେ ମିଳୁଛି ତାହାଉପରେ ଏବେ ସମସ୍ତଙ୍କ ନଜର ରହିଛି ।
Comments ସମସ୍ତ ମତାମତ