Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅକ୍ଟୋବର ଶେଷ ବେଳକୁ ଆସିବ ବାତ୍ୟା !

    Share on :
    ajab-Image
    Date: Oct 21, 2026    Views: 3058

    ଭୁବନେଶ୍ଵର: ଆସୁଛି ବାତ୍ୟା ଅର୍ଣ୍ଣବ । ଅକ୍ଟୋବର ଶେଷ ବେଳକୁ ବାତ୍ୟା ଆସିବ । ଏନେଇ ସୋଆ ସିଇସି ନିର୍ଦ୍ଦେଶକ ଡ ଶରତ ସାହୁ ଆକଳନ କରିଛନ୍ତି । ସେ କହିଛନ୍ତି ଯେ, ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ କିମ୍ବା ତାଠୁ ଉପରକୁ ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମକୁ ବି ଯାଇପାରେ । ତେବେ ପବନର ବେଗ ସର୍ବାଧିକ ୧୨୦ ରୁ ୧୩୦ କିମି ଯାଏ ଯାଇପାରେ ବୋଲି ଅନୁମାନ କରାଯାଉଛି । ହେଲେ ବାତ୍ୟା ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ଅଛି କି ନାହିଁ ତାହା ୨୫ ତାରିଖ ପରେ ଜଣା ପଡିବ । ୨୫ ପରେ କ୍ଲିୟର ଇଣ୍ଡିକେଶନ ମିଳିବ । ବାତ୍ୟାର ନା ଅର୍ଣ୍ଣବ ରହିବ ବୋଲି ସେ କହିଛନ୍ତି ।

    ସୂଚନା ଥାଉକି, ଆସନ୍ତା ୨୩ ବେଳକୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଥାଇଲ୍ୟାଣ୍ଡ ଓ ମିଆଁମାର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି କି, ଥାଇଲ୍ୟାଣ୍ଡ ଉପସାଗର ଏବଂ ଏହାର ସଲଗ୍ନ ଥାଇଲାଣ୍ଡ ଏବଂ ମିଆଁମାର ଅଞ୍ଚଳ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ଆଜି ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିପାରେ । ପରେ ୨୩ ତାରିଖ ବେଳକୁ ଏହା ଘନୀଭୂତ ହୋଇ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପ ଆଗକୁ ଘନୀଭୂତ ହେବ ନା ନାହିଁ ସେନେଇ କୌଣସି ପୂର୍ବାନୁମାନ କରିନାହିଁ ଆଇଏମଡି । କିଛି ମଡେଲ୍ ଏବଂ ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି କି ସମ୍ଭାବ୍ୟ ଲଘୁଚାପ ଡିପ୍ରେସନ ବା ଅବପାତର ରୂପ ନେଇପାରେ । କିଛି ମଡେଲ୍ ଏହାକୁ ବାତ୍ୟାର ରୂପ ବି ଦେଇଛନ୍ତି । ଏ ସମ୍ଭାବ୍ୟ ଲଘୁଚାପକୁ ନେଇ ବାତ୍ୟା ଭୟ ବଢିଛି । ଯେହେତୁ ଏହା ଅକ୍ଟୋବର ମାସ ତେଣୁ ସାଇକ୍ଲୋନ୍ ଚର୍ଚ୍ଚା ଜୋର ଧରିଛି । ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗ ବାତ୍ୟାକୁ ନେଇ କିଛି ଆକଳନ କରିନାହିଁ ।

    Maximum 500 characters

    ତାଜା ଖବର View all

    Find Us on Facebook