ମୁଖ୍ୟ ଖବର
ନୂଆଦିଲ୍ଲୀ: ସୃଷ୍ଟି ହେଲା ବାତ୍ୟା ସେନୟାର । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା 'ସେନୟାର'। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା ସୃଷ୍ଟି ହୋଇଛି । ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି । ଆଜି ଅପରାହ୍ନରେ ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା ରହିଛି । ଆସନ୍ତା ୪୮ ଘଣ୍ଟା ସମୁଦ୍ର ତଟରେ ପିଟିହେବ ବାତ୍ୟା । ପ୍ରବଳ ବର୍ଷା ନେଇ ୪ ରାଜ୍ୟକୁ ଆଲର୍ଟ ଜାରି ହୋଇଛି । ସ୍କୁଲ-କଲେଜ ଛୁଟି ଘୋଷଣା ହୋଇଛି ।
ଆଇଏମ୍ଡି ଏକ୍ସରେ ସୂଚନା ଦେଇଛି କି, ମାଲାକ୍କା ସମୁଦ୍ର ସନ୍ଧି ଗଭୀର ଅବପାତ ୬ ଘଣ୍ଟା ମଧ୍ୟରେ ପ୍ରାୟ ପଶ୍ଚିମ ଦିଗକୁ ୧୦ କିଲୋମିଟର ବେଗରେ ଗତି କରି ଘୂର୍ଣ୍ଣିଝଡ଼ ସେନୟାରରେ ପରିଣତ ହୋଇଛି । ଆଜି ଅପରାହ୍ନରେ ଇଣ୍ଡୋନେସିଆର ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଇଣ୍ଡୋନେସିଆଠାରୁ ପୂର୍ବରେ ୧୦୦ କିମି ଦୂରରେ ରହିଛି ସେନୟାର । ମାଲେସିଆଠାରୁ ୬୦୦କିମି ଦୂରରେ ରହିଛି । ଏକା କ୍ରମେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଗତି କରିବ । ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରି ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହେବ ।
ଏହାର ପ୍ରଭାବରେ ୪ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ କେରଳ ପାଇଁ ପ୍ରବଳ ବର୍ଷା ଆଲର୍ଟ ଜାରି ହୋଇଛି । ବର୍ତ୍ତମାନ ମାଲ୍ଲାକା ପ୍ରଣାଳୀ ଉପରେ ଗଭୀର ଡିପ୍ରେସନରେ ରହିଛି । ବାତ୍ୟା ସେନୟାର ସୃଷ୍ଟି ହେବା ପରେ ପବନର ବେଗ ଘଣ୍ଟାପ୍ରତି ୬୦ରୁ୧୦୦ କିମି ରହିବ । ଏହି ପ୍ରଣାଳୀ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ୨୯-୩୦ରେ ତାମିଲନାଡୁ କିମ୍ବା ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବା ପାଇଁ ଦୁଇଟି ରାସ୍ତା ସୂଚାଉଛି । ଆଜି ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଛି । ୨୮ରୁ ୨୯ ମଧ୍ୟରେ ବର୍ଷା ପରିମାଣ ଧିରେ ଧିରେ କମିବ । ତାମିଲନାଡୁ ଏବଂ ପୁଡୁଚେରୀରେ ସ୍କୁଲ କଲେଜ ବନ୍ଦ ରହିଛି । ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ପ୍ରଶାସନ ସତର୍କତା ଅବଲମ୍ବନ କରିଛନ୍ତି ।
Comments ସମସ୍ତ ମତାମତ