ମୁଖ୍ୟ ଖବର
ଭୁବନେଶ୍ୱର : ସୃଷ୍ଟି ହେଲା ଲଘୁଚାପ, ବଢିଲା ଭୟ। ଦକ୍ଷିଣପୂର୍ବ ବଙ୍ଗୋପସାଗର ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ଆହୁରି ବଳ ଗୋଟାଇ ଘନୀଭୂତ ହେବ। ଘନୀଭୂତ ହୋଇ ଏହା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆଗାମୀ ୨୪ ଘଣ୍ଟାରେ ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେଇପାରେ । ଅକ୍ଟୋବର ମାସ ଶେଷ ଆଡକୁ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହା କେଉଁ ରୂପ ନେବ, ବାତ୍ୟା ଆଣିବ କି ନାହିଁ ସେନେଇ ସମସ୍ତଙ୍କ ମନରେ ଆଶଙ୍କା ବଢିବାରେ ଲାଗିଛି । ତେବେ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଆଗାମୀ ୨୪ଘଣ୍ଟାରେ ଅଧିକ ସ୍ପଷ୍ଟତା ଆସିବ ବୋଲି କୁହାଯାଇଛି । ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା ଜେଏଫଏସ୍, ୟୁରୋପୀୟ ଇସିଏଡବ୍ଲ୍ୟୁଏଫ୍ ମଡେଲ ଇଣ୍ଡିକେସନ ଠିକ୍ ଏହି ଦିଗକୁ ଯାଉଛି ।
ବର୍ତ୍ତମାନ ରାଜ୍ୟରେ ପ୍ରତିଦିନ କିଛି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଆସନ୍ତା ୨୭ ଓ ୨୮ରେ ରାଜ୍ୟରେ ବର୍ଷା ବଢ଼ିବା ସମ୍ଭାବନା ଅଛି । ଏହି ସମୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ୨୯ରୁ ବର୍ଷା କମିପାରେ । ତା’ପରେ ପାଗରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ ।
ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ । ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ । ଆମେ ସବୁବେଳେ ପ୍ରସ୍ତୁତ ।
Comments ସମସ୍ତ ମତାମତ