ମୁଖ୍ୟ ଖବର
ଧାମରା: ଗଭୀର ସମୁଦ୍ରରେ ଫସିରହିଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ । ସେମାନଙ୍କୁ ଉଦ୍ଧାର କରିବାକୁ ଓଡିଶା ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ଧାମରାରେ ୩୨ ବୋଟ ଆସି ପହଁଚିଥିବାବେଳେ ଆହୁରି ୧୮ଟି ବୋଟ ସମୁଦ୍ର ମଧ୍ୟରେ ଫସିରହିଛନ୍ତି । ପଶ୍ଚିମବଙ୍ଗର ମେଦିନାପୁରରେ ଥିବା କଣ୍ଟାଇରେ ଫସିଯାଇଥିଲା ଏହି ୫୦ଟି ବୋଟ । ଏମାନଙ୍କୁ ଉଦ୍ଧାର କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓଡିଶାକୁ ସହାୟତା ମାଗିଥିଲେ ।
ଏହାପରେ ସମସ୍ତ ସହଯୋଗ ଯୋଗାଇଦେବାକୁ ଓଡିଶା ସରକାର ପ୍ରତିଶୃତି ଦେଇଥିଲେ । ଏହି ସବୁ ମତ୍ସ୍ୟଜୀବୀ ଧାମରାରେ ରହିବେ । କଣ୍ଟାଇ ଉପକୂଳକୁ ଫେରିବା ବିପଦଜନକ ଥିବାରୁ ସେମାନଙ୍କୁ ଓଡିଶାର ଧାମରାକୁ ଫେରିଆସିବାକୁ କୁହାଯାଇଛି । କାରଣ ସେହି ବାଟ ଦେଇ ବୁଲବୁଲ ଅତିକ୍ରମ କରିବ । ଯାହାକି ସେମାନଙ୍କ ପାଇଁ ବିପଦ ଆଣିପାରେ ।
ଏଠାରେ ସୂଚନା ଥାଉ କି ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ । ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ ।
Comments ସମସ୍ତ ମତାମତ