Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୪ଟି ଜିଲ୍ଲାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି

    Share on :
    ajab-Image
    Date: Nov 8, 2019    Views: 993

    ଭୁବନେଶ୍ୱର:  ବୁଲବୁଲ ଯଦିଓ  ଓଡିଶା ଉପକୂଳରେ ଲ୍ୟାଣ୍ଡଫଲ କରିବ ନାହିଁ  ତଥାପି ୪ଟି ଜିଲ୍ଲାକୁ ସତର୍କ ରହିବାକୁ କହିଛି ଆଞ୍ଚଳିକ ପାଣିପାଗ ବିଭାଗ  । ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଆଜି ଏକ  ସାମ୍ବାଦିକ ସମ୍ମିଳନୀ କରି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଆଦି ଜିଲ୍ଲାକୁ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି  ।  ୪ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରାଯାଇଛି  । ଏହି ୪ଟି ଜିଲ୍ଲାରେ ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ହେବ  ।

    ଆଜି ରାତିରୁ କାଲି ଯାଏଁ ପ୍ରବଳ ବର୍ଷା ହେବ । ସନ୍ଧ୍ୟା ସୁଦ୍ଧା ୬୫ କିଲୋମିଟର ବେଗରେ ପବନ ବହିବ । ସେହିପରି ବୁଲବୁଲ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ  । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିବ  ।  ସେହିପରି ଓଡ଼ିଶାର ସବୁ ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି  । 

    Maximum 500 characters

    ତାଜା ଖବର View all

    Find Us on Facebook