ମୁଖ୍ୟ ଖବର
ସୁନ୍ଦରଗଡ଼ :ପରିସ୍ରା ଯିବା ବାହାନାରେ ଡାକ୍ତରଖାନାରୁ ଫେରାର ହୋଇଗଲେ ହତ୍ୟା ଅଭିଯୁକ୍ତ। ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏହି ଘଟଣା। ଅଭିଯୁକ୍ତଙ୍କ ନାଁ ଟେକଚାନ୍ଦ ବେହେରା। ଏକ ହତ୍ୟା ମାମଲାରେ ତାଙ୍କୁ ଗିରଫ କରିଥିଲା ସୁନ୍ଦରଗଡ଼ ସଦର ଥାନା ପୁଲିସ।ଗିରଫ ଟେକଚାନ୍ଦ ବେହେରାଙ୍କୁ ସୁନ୍ଦରଗଡ଼ ଜେଲ୍ରେ ରଖାଯାଇଥିଲେ। ସେ ଅସୁସ୍ଥ ଥିବା ଯୋଗୁ ଗତକାଲି ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ଡାକ୍ତରଖାନାରେ ଥିବା ବେଳେ ପରିସ୍ରା ଯିବା ବାହାନାରେ ସେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଜେଲ୍ କର୍ତ୍ତୃପକ୍ଷ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇ ନାହାନ୍ତି। ତାଙ୍କୁ ଖୋଜିବାକୁ ଡଗ୍ ସ୍କ୍ୱାଡ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। ତଥାପି କିଛି ସୁଫଳ ମିଳି ନାହିଁ।
ଟେକଚାନ୍ଦ ପରିସ୍ରା କରିଯିବା ବାହାନାରେ କିଭଳି ଭାବେ ଡାକ୍ତରଖାନାରୁ ଦୌଡ଼ି ପଳାଇଥିଲେ, ତା’ର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ତେବେ ପ୍ରଶ୍ନ ଉଠୁଛି- ଜଣେ ହତ୍ୟା ଅଭୁଯୁକ୍ତଙ୍କୁ କିଭଳି ଭାବେ ଏକୁଟିଆ ପରିସ୍ରା କରିବାକୁ ଯିବାକୁ ଦେଇଥିଲେ ଦାୟିତ୍ୱରେ ଥିବା ଜେଲ୍ କର୍ମଚାରୀ।
Comments ସମସ୍ତ ମତାମତ