Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଗାଏକ୍ୱାଡଙ୍କ ସ୍ଥାନରେ ଖେଳିବେ ମହାତ୍ରେ

    Share on :
    ajab-Image
    Date: Apr 15, 2025    Views: 3599

    ଚେନ୍ନାଇ: ଆଇପିଏଲର ଆଗାମୀ ବଳକା ସିଜନ ଲାଗି ଋତୁରାଜ ଗାଏକ୍ୱାଡଙ୍କ ସ୍ଥାନରେ ଯୁବ ବ୍ୟାଟର ଆୟୂଷ ମହାତ୍ରେଙ୍କୁ ଚେନ୍ନାଇ ସୁପର କିଙ୍ଗସ ( ସିଏସକେ) ଦଳରେ ସାମିଲ କରିଛି । କହୁଣିରେ ଆଘାତ କାରଣ ଲାଗି ଅଧିନାୟକ ଋତୁରାଜ ଆଇପିଏଲ ଅଧାରୁ ଦଳ ରୁ ବାଦ ପଡ଼ିଥିଲେ । ଫଳରେ ଭେଟେରାନ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତର୍ମାନ ସୁପର କିଙ୍ଗସର ନେତୃତ୍ୱ ନେଉଛନ୍ତି । କିନ୍ତୁ ଋତୁରାଜଙ୍କ ବଦଳ ଖେଳାଳୀ ଭାବେ କିଏ ଦଳରେ ଖେଳିବ ତାହା ସ୍ପଷ୍ଟ ହୋଇ ନ ଥିଲା । କିନ୍ତୁ ସମସ୍ତ କଳ୍ପନାଜଳ୍ପନା ର ଅନ୍ତ ଘଟାଇ ସୋମବାର ୧୭ ବର୍ଷୀୟା ମୁମ୍ବାଇ କ୍ରିକେଟର ଅୟୂଷଙ୍କୁ ଦଳରେ ସାମିଲ  କରିଛି ସୁପର କିଙ୍ଗସ । ଗତ ନଭେମ୍ବରରେ ଅନୁଷ୍ଠିତ ଆଇପିଏଲ ମେଗା ନିଲାମିରେ ଆୟୂଷଙ୍କୁ କୌଣସି ଫ୍ରାଞ୍ଚାଇଜ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରି ନ ଥିଲେ । ନିଲାମିରେ ତାଙ୍କର ମୂଳଦର ୩୦ ଲକ୍ଷ ଟଙ୍କା ରହିଥିଲା । ଘରୋଇ କ୍ରିକେଟରେ ମହାତ୍ରେ ଆଜି ପର୍ଯ୍ୟନ୍ତ କୌଣସି ବଡ଼ ଟି-୨୦ମ୍ୟାଚ୍ ଖେଳିନାହାନ୍ତି । ସେ ମୁମ୍ବାଇ ପାଇଁ ୯ଟି ପ୍ରଥମ ଶ୍ରେଣୀ ଓ ୭ଟି ଲିଷ୍ଟ-ଏ ମ୍ୟାଚ ଖେଳି ଯଥାକ୍ରମେ ୫୦୪ ଓ ୪୫୮ ରନ ସଂଗ୍ରହ କରିଛନ୍ତି । ଉଭୟ ଫର୍ମାଟରେ ସେ ୪ଶତକ ଓ ଦୁଇଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଚେନ୍ନାଇ ସୁପର କିଙ୍ଗସ ଏହାର ନେଟ୍ସକୁ ମହାତ୍ରେଙ୍କ ସମେତ ଗୁଜୁରାଟର ଉର୍ଭିର୍ଲ ପଟେଲ, କେରଳର ସଲମାନ ନିଜାର ଓ ପୃଥ୍ୱୀ ଶ’ଙ୍କୁ ଡକାଇଥିଲେ । ଶେଷରେ ମହାତ୍ରେଙ୍କ ଉପରେ ଚେନ୍ନାଇ ଟିମ ମ୍ୟାନେଜମେଣ୍ଟ ଭରସା କରିଛନ୍ତି ।

     

    Maximum 500 characters

    ଖେଳ ଖବର View all

    Find Us on Facebook