Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ୨୦୨୩ ଆଇପିଏଲରେ ଚେନ୍ନାଇ ସୁପର କିଂଗ୍ସର ଅଧିନାୟକ କିଏ?

    Share on :
    ajab-Image
    Date: Sep 5, 2022    Views: 3513


    ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ଚେନ୍ନାଇ ସୁପର କିଂଗ୍ସର ନେତୃତ୍ୱ ଭାର ଜାରି ରଖିବେ । ଆଗାମୀ ୨୦୨୩ସଂସ୍କରଣରେ ମଧ୍ୟ ସେ ସିଏସକେର ଅଧିନାୟକ ପଦ ତୁଲାଇବେ ବୋଲି ଫ୍ରାଞ୍ଚାଇଜର ସିଇଓ କାଶୀ ବିଶ୍ୱନାଥନ ସ୍ପଷ୍ଟ କରିଛନ୍ତି । ସିଏସକେରୁ ୪ଥର ଆଇପିଏଲ ବିଜେତା କରାଇଥିବା ଧୋନ ଆସନ୍ତା ଋତୁ ବେଳକୁ ୪୨ ବର୍ଷରେ ପଦାର୍ପଣ କରିସାରିଥିବେ । କିନ୍ତୁ ଏହି କ୍ରିକେଟର୍ ସିଏସକେ ପାଇଁ ଏବେ ବି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇ ରହିଛନ୍ତି । 

    ଏଠାରେ ସୂଚନାଯୋଗ୍ୟ ୨୦୦୮ରେ ଆଇପିଏଲ ଆରମ୍ଭ ପରଠାରୁ ଧୋନି ସିଏସକେର ନେତୃତ୍ୱ ନେଇ ଆସୁଥିଲେ । ହେଲେ ୨୦୨୨ସଂସ୍କରଣ ଆରମ୍ଭର ମାତ୍ର ୨ଦିନ ପୂର୍ବରୁ ଅଧିନାୟକ ପଦ ଛାଡି ଦେଇଥିଲେ । ଏଥିସହିତ ସେ ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଥିଲେ । ହେଲେ ଜାଦେଜାଙ୍କ ନେତୃତ୍ୱ ପଦରେ ଦଳ ସେଭଳି କିଛି ସଫଳତା ନପାଇବାରୁ ୨୦୨୨ଋତୁର ମଧ୍ୟଭାଗରେ ପୁଣି ଦାୟିତ୍ୱକୁ ଫେରିଥିଲେ ଧୋନି । ହେଲେ ସିଏସକେ ୧୦ଦଳ ମଧ୍ୟରୁ ନବମ ସ୍ଥାନରେ ଅଭିଯାନ ଶେଷ କରିଥିଲା ।  
     

    Maximum 500 characters

    ଖେଳ ଖବର View all

    Find Us on Facebook