Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟଙ୍କ ନୋଟିସ

    Share on :
    ajab-Image
    Date: Nov 5, 2026    Views: 3088

    କଟକ: ଓପିଏସ୍‌ସି ପକ୍ଷରୁ ଗତ ୩୧ ତାରିଖରୁ ଓଡ଼ିଶା ସିଭିଲ ସର୍ଭିସର ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ ହୋଇଛି । ତେବେ ବାତ୍ୟା ‘ଅର୍ଣ୍ଣବ’ ପାଇଁ ଦକ୍ଷିଣ ଓଡ଼ିଶାର ଅନେକ ପ୍ରାର୍ଥୀ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ରୁଜୁ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ମୁଖ୍ୟ ଶାସନସଚିବ ଏବଂ ଓପିଏସ୍‌ସି ସେକ୍ରେଟାରୀଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
    ଯେଉଁ ପ୍ରାର୍ଥୀ ‘ଅର୍ଣ୍ଣବ’ ପାଇଁ ମୁଖ୍ୟ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ଆଉ ସ୍ୱତନ୍ତ୍ର ଭାବେ ପରୀକ୍ଷା ବ୍ୟବସ୍ଥା କରାଯାଇ ପାରିବ କି’ ନାହିଁ ଜଣାଇବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷା ବାତିଲ୍ କରିବାକୁ ରଶ୍ମି ନାରାୟଣ ପଟ୍ଟନାୟକ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି । ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ପରବର୍ତ୍ତୀ ଶୁଣାଣି ୬ତାରିଖକୁ ଧାର୍ଯ୍ୟ କରିଛନ୍ତି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook