ମୁଖ୍ୟ ଖବର
ଜଗତସିଂହପୁର : ପାରାଦୀପରେ ଆଜି ସକାଳୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ପ୍ରଥମେ ବେଳାଭୂମିକୁ ଯାଇ ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ଶ୍ରୀମତୀ ଗର୍ଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି। ଦୀର୍ଘ ୭ କିଲୋମିଟର ବେଳାଭୂମିରେ ଉନ୍ନୟନ କରାଯିବା ସହ ସେଥିରୁ କିଛି ଅଂଶ ବ୍ଲୁ ଫ୍ଲାଗ ବିଚ୍ ରହିବ। ବେଳାଭୂମିର ଉନ୍ନତି ହେଲେ ପର୍ୟ୍ୟଟକ ଅଧିକ ଆକୃଷ୍ଟ ହେବେ । ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଏହାର ସୁଫଳ ପାଇ ପାରିବେ । ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସହିତ ପାରାଦୀପର ସର୍ବାଙ୍ଗୀନ ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଛି। ପାରାଦୀପକୁ ନେଇ ବହୁତ ବଡ ଭିଜନ ତିଆରି କରାଯାଇଛି। ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରାଯିବ।
୨୦୪୭ ସୁଦ୍ଧା ଏହି ଅର୍ଥନୈତିକ ଜୋନରୁ ରାଜ୍ୟ ରାଜକୋଷକୁ ୩୩ ପ୍ରତିଶତ ଅର୍ଥ ଆସିବାକୁ ଲକ୍ଷ୍ୟ ରଖାଯାଇଛି। ପାରାଦୀପରେ ବନ୍ଦର, ଶିଳ୍ପ ସହ ପର୍ୟ୍ୟଟନକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ସେହିପରି ପୁରୀରେ ପର୍ୟ୍ୟଟନ, କଟକକୁ ଐତିହାସିକ ସହର ଓ ଭୁବନେଶ୍ବରକୁ ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ଭାବେ ପରିଗଣିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ପାରାଦୀପ ବନ୍ଦର ପଣ୍ୟ କାରାବାରକୁ ଦୁଇଗୁଣା କରିବାକୁ ଯୋଜନା ରହିଛି। ଏ ନେଇ ପାରାଦୀପ ବନ୍ଦର ଅଧ୍ୟକ୍ଷଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ । ଯଦି କଣ ସମସ୍ୟା ରହିଛି ତାହେଲେ ତାହାର ସମାଧାନ ପାଇଁ ଚେଷ୍ଟା କରାଯିବ । ସେହିପରି ଇଣ୍ଡିଆନ ଅଏଲ ରିଫାଇନାରୀରେ ମଧ୍ୟ ସମୀକ୍ଷା କରାଯିବ।
Comments ସମସ୍ତ ମତାମତ