Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ; 'ଭିତ୍ତିଭୂମି ପ୍ରକଳ୍ପ ଶୀଘ୍ର ସାରିବା ପାଇଁ ନିୟମିତ ସମୀକ୍ଷା ଓ ଅନୁଧ୍ୟାନ କର'

    Share on :
    ajab-Image
    Date: Jan 22, 2026    Views: 3323

    ଭୁବନେଶ୍ବର: ପ୍ରମୁଖ ପ୍ରକଳ୍ପଗୁଡିକୁ ଶୀଘ୍ର ସାରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ରାଜ୍ୟରେ ରାସ୍ତା, ସେତୁ, ରେଳ ପ୍ରକଳ୍ପ, ପାନୀୟ ଜଳ, ଜଳ ସମ୍ପଦ ଆଦି ବିଭିନ୍ନ କ୍ଷେତ୍ରରେ ବୃହତ ଭିତ୍ତିଭୂମି ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି। ଏଥିପାଇଁ ବିଭିନ୍ନ ସମୟରେ ଜଙ୍ଗଲ ତଥା ପରିବେଶ ମଞ୍ଜୁରୀ, ରାଜ୍ୟ ସରକାରଙ୍କ ତରଫରୁ ଜମି ଯୋଗାଇବା, ଜମି ଅଧିଗ୍ରହଣ, ବିଦ୍ୟୁତ ଶକ୍ତି ଯୋଗାଣ ଆଦିରେ ରହୁଥିବା ସମସ୍ୟା ଯୋଗୁଁ ପ୍ରକଳ୍ପ ଶେଷ ହେବାରେ ବିଳମ୍ବ ଘଟୁଛି । ତେଣୁ ରାଜ୍ୟର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରିତାରେ ରହୁଥିବା ସମସ୍ୟା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗତକାଲି (ବୁଧବାର) ସମ୍ପୃକ୍ତ ବିଭାଗର ସଚିବ ଓ ଜିଲ୍ଲାପାଳଙ୍କ ସହିତ ଏକ ସମୀକ୍ଷା ବୈଠକ କରିଥିଲେ ।
    ବିଭିନ୍ନ ରାଜ୍ୟର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡିକ ସମୟସୀମା ମଧ୍ୟରେ ସାରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତି ମାସରେ ତଥା ବିଭିନ୍ନ ସମୟରେ ପ୍ରଗତି ବୈଠକରେ ସମୀକ୍ଷା କରୁଛନ୍ତି । ଏଣୁ ରାଜ୍ୟର ସମ୍ପୃକ୍ତ ବିଭାଗମାନେ ନିଜ ନିଜ ସ୍ତରରେ ବିଭିନ୍ନ ସମୟରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କିତ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସର ୩ୟ ଶନିବାର ଏହି ବୈଠକ ଅନୁ​‌ଷ୍ଠିତ ହେବ । ଏଥର ଅନିର୍ବାର୍ଯ୍ୟ କାରଣରୁ ଏହି ବୈଠକ ୧୭ ତାରିଖ ଶନିବାରରେ ହୋଇପାରିନଥିଲା । ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକ ନିୟମିତ ସମୀକ୍ଷା କରାଗଲେ ପ୍ରକଳ୍ପ କାର୍ଯ୍ୟ ତ୍ୱରାନିତ୍ୱ କରିବାରେ ସହଜ ହେବ ।
    ଗତକାଲିର ବୈଠକରେ ଭଦ୍ରକ ଜିଲ୍ଲା ଧାମରା ନିବେଶ ଅଞ୍ଚଳରେ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ଜମି ସୁବ୍ୟବସ୍ଥା ପାଇଁ ଇଡକୋ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ନେଇ ଆଲୋଚନା କରାଯାଇଛି । ସେହିପରି ପାରାଦ୍ୱୀପରେ ଆଇଓସିଲ ଦ୍ୱାରା ନିର୍ମାଣଧିନ ପିଡିପିସି କେମିକାଲସ୍‌ କମ୍ପଲେକ୍ସ ପାଇଁ ଆବଶ୍ୟକ ଅବଶିଷ୍ଟ ଜମି ସୁବିଧା, ବିଦ୍ୟୁତ ଶକ୍ତି, ଜଳଯୋଗାଣ ବ୍ୟବସ୍ଥା, ପାରାଦ୍ୱୀପ ଓ କେନ୍ଦ୍ରାପଡାରେ ପେଟ୍ରୋକେମିକାଲ୍ସ ଶିଳ୍ପ ପାଇଁ ଜମି ଏବଂ ପରିବେଶ ମଂଜୁରୀ ଏବଂ ଜଳଯୋଗାଣ ସୁବିଧା ସଂପର୍କରେ ଆଲୋଚନା କରାଯାଇଛି । ହିଣ୍ଡାଲକୋ-ଆଦିତ୍ୟ ଆଲୁମିନିଅମ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଆଲୋଚନା ହେଇଥିଲା । ବୈଠକରେ ଅନ୍ୟ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟ ସାରିବା ନେଇ ସମୀକ୍ଷା କରାଯାଇଛି । ଭିତ୍ତିଭୂମି କାର୍ଯ୍ୟ ଯେପରି ଶିଘ୍ର ଓ ସହଜରେ ହେବ ସେଥିପ୍ରତି ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଏହା ଦ୍ୱାରା ରାଜ୍ୟରେ ଶିଳ୍ପ ଓ ଆନୁସଙ୍ଗିକ କ୍ଷେତ୍ରରେ ବିକାଶ ସହଜ ଓ ତ୍ୱରାନ୍ୱିତ ହେବ । ଏଥିପାଇଁ କେଉଁ କେଉଁ କ୍ଷେତ୍ରରେ ସଂସ୍ଥାଗତ ବିକାଶର ଆବଶ୍ୟକତା ରହୁଛି, ତାହାକୁ ସମୀକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

    ଏହି ବୈଠକରେ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆଙ୍କ ସମେତ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ, ଏମଏସଏମଇ ବିଭାଗ ଏବଂ ଅନ୍ୟ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଭିସି ଜରିଆରେ ବୈଠକରେ ଯୋଗ ଦେଇଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook