Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର

    Share on :
    ajab-Image
    Date: Jun 15, 2026    Views: 3003

    ନୂଆଦିଲ୍ଲୀ:ଆମେରିକା-ଇରାନ ଯୁଦ୍ଧ ଶେଷ ହେବା ପରେ ଅଶୋଧିତ ତୈଳ ମୂଲ୍ୟ ୪%ରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧. ୧୫ ଡଲାରକୁ ଖସିଛି। ଯୁଦ୍ଧ ଶେଷ ନେଇ ଚୁକ୍ତି ଉପରେ ସହମତି ହେବା ପରେ ଅନ୍ତର୍ଜାତୀୟ ତୈଳ ବଜାରରେ ଏହି ହ୍ରାସ ଦେଖାଦେଇଛି। ଏସୀୟ ବାଣିଜ୍ୟ କାରବାରରେ ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ଘଟିଛି।


    ଅଶୋଧିତ ତୈଳ ମୂଲ୍ୟ ୪.୩୯ ପ୍ରତିଶତ ହ୍ରାସ ପାଇ ପ୍ରତି ବ୍ୟାରେଲ ୮୧.୧୫ ଡଲାରରେ ପହଞ୍ଚିଛି। ଅଶୋଧିତ ତୈଳ ଦର ଖସିବା ପରେ ଭାରତରେ ତେଲ ଶସ୍ତା ହେବ କି ଏ ନେଇ ଆମ ଦେଶରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଛି। ଅଶୋଧିତ ତୈଳ ମୂଲ୍ୟହ୍ରାସ ଭାରତ ଭଳି ତୈଳ ଆମଦାନୀକାରୀ ଦେଶ ପାଇଁ ସ୍ୱାଗତଯୋଗ୍ୟ ଆଶ୍ୱସ୍ତି ଭାବେ ବିବେଚନା କରାଯାଉଛି।

    ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବା ପରେ ଆଗାମୀ ଦିନରେ ତୈଳ କମ୍ପାନୀଗୁଡ଼ିକ କିଛି ଆଶ୍ୱସ୍ତି ପ୍ରଦାନ କରିବେ ବୋଲି ଲୋକେ ଆଶା କରିଛନ୍ତି। ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ। ଗତ ୧୫ ମେ' ପରଠାରୁ ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରାୟ ସାଢେ ୭ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି।ଏବେ ଭୁବନେଶ୍ୱରରେ ତୈଳଦର ପ୍ରାୟ ୧୦୯ ଟଙ୍କା ପ୍ରତି ଲିଟର ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook