Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବର୍ତ୍ତମାନ ୧୨ ଜିଲ୍ଲାରେ ଧାନ କିଣା ଜାରି

    Share on :
    ajab-Image
    Date: Dec 25, 2025    Views: 2403

    ଭୁବନେଶ୍ୱର:  ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି,ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, ଗଞ୍ଜାମ, କୋରାପୁଟ, ଝାରସୁଗୁଡ଼ା, ନବରଙ୍ଗପୁର, ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ପ୍ରଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାରେ ଏହି ଧାନ କିଣା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । 

    ବର୍ତ୍ତମାନ ଏହି ଜିଲ୍ଲା ଗୁଡିକରୁ ଏକ ଲକ୍ଷ ୧୧ ହଜାର ୧୨୮ ଜଣ ଚାଷୀଙ୍କ ଠାରୁ ୪ ଲକ୍ଷ ୯୭ ହଜାର ୪୯୪ ମେଟ୍ରିକ ଟନ ଧାନ କିଣାଯାଇ ସାରିଛି । ବରଗଡ଼ରେ ୪୦ ହଜାର ୧୬୨ ଜଣଙ୍କ ଠାରୁ ଏକ ଲକ୍ଷ ୭୯ ହଜାର ୫୨୬ ମେଟ୍ରିକ ଟନ, ସମ୍ବଲପୁରରେ ୨୮ ହଜାର ୯୩୩ ଚାଷୀଙ୍କ ଠାରୁ ଏକ ଲକ୍ଷ ୩୪ ହଜାର ୭୦୬ ମେଟ୍ରିକ ଟନ, କଳାହାଣ୍ଡିରେ ୧୯ ହଜାର ୫୯୨ ଜଣ ଚାଷୀଙ୍କ ଠାରୁ ୮୯ ହଜାର ୮୯୦ ମେଟ୍ରିକ ଟନ ଏବଂ ନୂଆପଡାରେ ୧୩ ହଜାର ୫୪୦ ଜଣ ଚାଷୀଙ୍କ ଠାରୁ ୫୭ ହଜାର ୭୮ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଚାଷୀ ମାନଙ୍କ ଆକାଉଣ୍ଟକୁ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ପ୍ରାୟ ୮୦୭ କୋଟି ଟଙ୍କା ଏବଂ ଇନପୁଟ ସହାୟତା ଭାବେ ୨୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି । 

    ପ୍ରତ୍ୟେକ ମଣ୍ଡିରେ ନିଯୁକ୍ତ ନୋଡାଲ ଅଧିକାରୀ ଧାନ କିଣା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକିୟାକୁ ଯାଞ୍ଚ କରୁଛନ୍ତି । ଏଥିସହ ଚାଷୀ ମାନଙ୍କ ନିମନ୍ତେ ମଣ୍ଡି ଗୁଡିକରେ ସର୍ବନିମ୍ନ ଆନୁଷଙ୍ଗିକ ସୁବିଧା ପ୍ରଦାନ କରାଯାଉଛି । ସେମାନଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ମୂଲ୍ୟ ଓ ଇନପୁଟ ସହାୟତା ରାଶି ଆସିବ ଏହାକୁ ଗୁରୁତର ଭାବେ ସରକାର ନେଇଥିବାରୁ ସମ୍ପୃକ୍ତ ଅଧିକାରୀ ମାନେ ଦିନରାତି ସେମାନଙ୍କ କାର୍ଯ୍ୟ ତୁଲାଉଛନ୍ତି । ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଏ ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରୁଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook