Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଚାଷ ଜମିରେ ବଉଳା କୁମ୍ଭୀର

    Share on :
    ajab-Image
    Date: Sep 12, 2026    Views: 2997

    କେନ୍ଦ୍ରାପଡ଼ା: ବିଲରେ ବଉଳା କୁମ୍ଭୀର। ମାଛ ଧରିବା ପାଇଁ ବାସଯାଇଥିବା ଲଞ୍ଜାରେ ପଡିଲା ୬ ଫୁଟର ବଉଳା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବ୍ରାହ୍ମଣୀକୋଲା ଗାଁ ଚାଷ ଜମିରେ ବର୍ଷାପାଣି ଜମି ରହିଛି ।  ଲୋକେ ମାଛ ଧରିବା ପାଇଁ ଗତକାଲି ରାତିରେ ଜମିର ଶେଷ ମୁଣ୍ଡରେ ଲଞ୍ଜା ବସାଇଥିଲେ । ଆଜି ସକାଳୁ ସେଥିରେ ଏକ ବିରାଟ ବଉଳା କୁମ୍ଭୀର ପଶିଥିବାର ଦେଖି ଲୋକେ ଭୟଭୀତ ହୋଇଯାଥିଲେ । ବନବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଂଚି କୁମ୍ଭୀର ଟିକୁ ଉଦ୍ଧାର କରିଛି।ମାଛ ଖାଇବା ପାଇଁ କୁମ୍ଭୀରଟି ଚାଷ ଜମିକୁ ପ୍ରବେଶ କରିଥିବା କୁହାଯାଉଛି ।

    ବାରମ୍ବାର ରାଜନଗର ଅଂଚଳରେ କୁମ୍ଭୀର ପାଦୁର୍ଭାବ ବଢ଼ିବାରେ ଲାଗିଛି। କେତେବେଳେ ଗାଁ କେନାଲ ତ ଆଉ କେତେବେଳେ ଲୋକଙ୍କ ପୋଖରୀ ମଧ୍ୟରେ କୁମ୍ଭୀର ପଶି ଲୋକଙ୍କୁ ଆତଙ୍କିତ କରୁଛି। ଚାଷ ଜମିରେ କୁମ୍ଭୀରକୁ ଦେଖି ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଚାଷ ଜମିରେ ପାଣି ଭର୍ତି ହୋଇ ରହିଥିବାରୁ ଲୋକେ କୁମ୍ଭୀରକୁ ଦେଖିବା ପରେ ଜମି ମଧ୍ୟକୁ ଯିବାକୁ ଭୟ କରୁଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook