Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିତରକନିକାରେ ୯୨ ବଉଳା କୁମ୍ଭୀର ବସା ଚିହ୍ନଟ

    Share on :
    ajab-Image
    Date: Jul 11, 2026    Views: 2787

    ରାଜନଗର: କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ, ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୯୨ ବସା ଚିହ୍ନଟ ହୋଇଥିବା ଶୁକ୍ରବାର ବନବିଭାଗ ସୂତ୍ରରୁ ଜଣାପଡିଛି। କନିକା ରେଞ୍ଜରେ ୯୦ ଓ ରାଜନଗର ରେଞ୍ଜରେ ୨ଟି କୁମ୍ଭୀର ବସା ଚିହ୍ନଟ ହୋଇଛି।
    ପ୍ରକାଶ ଯେ, ପ୍ରତିବର୍ଷ ମଇ ୧ ତାରିଖଠାରୁ ୩୧ ତାରିଖ ଦୀର୍ଘ ୩ ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପକ୍ରିୟା ଜାରି ରହିଥାଏ। ମା’ କୁମ୍ଭୀର ଅନ୍ତସତ୍ତ୍ୱା ହେବା ପରେ ଅଣ୍ଡା ଦେବାପାଇଁ ନିରାପଦ ସ୍ଥାନ ଖୋଜିଥାଏ। ନାଳ ଠୁଁ ଉଚ୍ଚ ସ୍ଥାନରେ ବସା କରି ଖରଖରି ପତ୍ର ଓ କାଠି କୁଟା ଆଣି ୨ ଫୁଟ ଉଚ୍ଚର ଗଦା କରିଥାଏ। ଗଦା ଉପରେ କୁମ୍ଭୀର ଅଣ୍ଡା ଦେବାପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ। ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ। କୁମ୍ଭୀର ଅଣ୍ଡା ଦେବାପରେ ବସା ଉପରେ, ଓ ପାଖରେ କିମ୍ବା ୫/୧୦ଫୁଟ ଦୂରତା ମଧ୍ୟରେ ଜଗି ରହିଥାଏ। ଏହି କାରଣରୁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ। ଜୁନ ପ୍ରଥମ ସପ୍ତାହରୁ ବନ କର୍ମଚାରୀ ଜଙ୍ଗଲ ମଧ୍ୟରେ ବୁଲି କୁମ୍ଭୀର ବସା ଚିହ୍ନଟ କରିବା ସହ ଜିପିଏସ୍‌ ଲୋକେଶନରେ ଫଟୋ ଉଠାଇଥାନ୍ତି।
    ଗତବର୍ଷ ଚିହ୍ନଟ ହୋଇଥିବା ୧୧୭ କୁମ୍ଭୀର ବସା ମଧ୍ୟରୁ କନିକା ରେଞ୍ଜରେ ୧୦୪, ରାଜନଗର ରେଞ୍ଜରେ ୧୧, ଗହୀରମଥା ରେଞ୍ଜ ଅଞ୍ଚଳରେ ୧, ମହାକାଳପଡା ରେଞ୍ଜ ଅଞ୍ଚଳରେ ଗୋଟିଏ କୁମ୍ଭୀର ବସା ଚିହ୍ନଟ କରାଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook