Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯୋବ୍ରା ବ୍ରିଜ ନିକଟରେ କୁମ୍ଭୀର

    Share on :
    ajab-Image
    Date: Jan 10, 2026    Views: 2635

    କଟକ: ମହାନଦୀରେ କୁମ୍ଭୀର ଆତଙ୍କ । କଟକ ଯୋବ୍ରା ବ୍ରିଜ ନିକଟ ମହାନଦୀରେ ବିରାଟ କୁମ୍ଭୀର ଦେଖି ଆତଙ୍କିତ ଲୋକେ । କୁମ୍ଭୀର ଦେଖିବା ପାଇଁ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଲାଗିଛି । ପ୍ରାୟ ୧୮ ଫୁଟ୍ ର ଘଡ଼ିଆଳ କୁମ୍ଭୀର ଦେଖିବାକୁ ମିଳିଛି କଟକ ଯୋବ୍ରା ଆନିକଟରେ । କୁମ୍ଭୀରଟି ପାଣି ଉପରକୁ ଆସି ବିଶ୍ରାମ କରୁଥିବା ଲୋକେ ଦେଖିଥିଲେ । କଟକର ଚାରିପାଖରେ ଏକାଧିକ ନଦୀ ରହିଥିବା ବେଳେ ବିଭିନ୍ନ ସେତୁରେ ଅନେକ ସମୟରେ କୁମ୍ଭୀର ଦେଖିବାକୁ ମିଳିଥାଏ । ମତ୍ସ୍ୟଜୀବୀମାନେ ମାଛ ମାରି ସେମାନଙ୍କର ଜୀବିକା ନିର୍ବାହ କରୁଥିବା ବେଳେ କୁମ୍ଭୀରକୁ ଦେଖିବା ପରେ ସେମାନେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି  । ଯୋବ୍ରା ଆନିକଟର ଗେଟ ଠାରୁ ପାଖାପାଖି ୧୦୦ ଦୂରତାରେ ବାଲି ଟାପୁ ଉପରେ କୁମ୍ଭୀରଟି ପଡ଼ି ରହିଛି ।

    Maximum 500 characters

    ତାଜା ଖବର View all

    Find Us on Facebook