Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହାନଦୀ ଘାଟରେ ଦୁଇ ଘଡ଼ିଆଳ କୁମ୍ଭୀର

    Share on :
    ajab-Image
    Date: Apr 25, 2025    Views: 3473

    ଭୁବନେଶ୍ୱର  : ମହାନଦୀ ଘାଟରେ କୁମ୍ଭୀର ଆତଙ୍କ। ଆଠଗଡ଼ ବନଖଣ୍ଡ ନରସିଂହପୁର ପଶ୍ଚିମାଞ୍ଚଳ ରେଞ୍ଜ ଅଧୀନ ନୂଆପାଟଣା ନଦୀପଠାରେ ଦୁଇଟି କୁମ୍ଭୀର ଦେଖିବାକୁ ମିଳିଛି। ଦୁଇଟି ବଡ଼ ଘଡ଼ିଆଳ କୁମ୍ଭୀର ବୁଲୁଥିବାର ସ୍ଥାନୀୟ ଲୋକେ ଦେଖିଛନ୍ତି। 

    ତେବେ କୁମ୍ଭୀର ଉପରେ ବନ ବିଭାଗ କଡ଼ା ନଜର ରଖିଛି। କେହି ନଦୀକୁ ମାଛ ମାରିବା ଏବଂ ଗାଧୋଇବାକୁ ନଯିବାକୁ ଆଠଗଡ଼ ACF କହିଛନ୍ତି। ଏହାସହ ନଦୀରେ ଜାଲ ପକାଇବାକୁ ବାରଣ କରିଛନ୍ତି। ନଦୀପଠାରେ କୁମ୍ଭୀର ବୁଲୁଥିବାରୁ ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook