Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାଡ଼ି ପଛରେ ବଉଳା କୁମ୍ଭୀର, ଉଦ୍ଧାର କଲା ବନବିଭାଗ

    Share on :
    ajab-Image
    Date: Oct 2, 2023    Views: 3850

    କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁରୁ ପୁଣି ଏକ ବିରାଟ ବଉଳା କୁମ୍ଭୀର ଉଦ୍ଧାର ହୋଇଛି । ରବିବାର ବିଳମ୍ବିତ ରାତିରେ କାଙ୍ଗାଳି ପାତ୍ରଙ୍କ ଘର ପଛପଟରୁ କୁମ୍ଭୀର ଉଦ୍ଧାର କରିଛି ବନବିଭାଗ। ବାଡ଼ି ପଛରେ କୁମ୍ଭୀର ଶୋଇଥିବା ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ।  ଉଦ୍ଧାର କୁମ୍ଭୀରକୁ ବାଉଁଶଗଡ ନଦୀରେ ଛଡାଯାଇଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    ସପ୍ତାହ ପୂର୍ବେ ପେଣ୍ଠ ଖଣ୍ଡାମରାରୁ ମଧ୍ୟ ଏକ କୁମ୍ଭୀର ଉଦ୍ଧାର କରାଯାଇଥିଲା। ଏହି କୁମ୍ଭିରଟି ବ୍ରାହ୍ମଣୀ ନଦୀରୁ ଚାଲିଆସିଥିବା ଅନୁମାନ କରାଯାଉଛି। ଏହାକୁ ନେଇ ନେଇ ନଦୀ କୂଳିଆ ଲୋକମାନଙ୍କ ମଧ୍ୟରେ ପ୍ରବଳ ଭୟର ବାତାବରଣ ସୃଷ୍ଟି ହୋଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook