Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କ୍ରିକେଟ୍‌ ବିଶ୍ୱକପ୍‌କୁ ଆଉ ମାତ୍ର ୮ ଦିନ

    Share on :
    ajab-Image
    Date: Sep 26, 2023    Views: 3214

     ଭୁବନେଶ୍ୱର : ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳ ଶ୍ରେଷ୍ଠ ଲୟ ଦେଇ ଗତି କରୁଛି। ବ୍ୟାଟିଂକ୍ରମ ଆକ୍ରମଣାତ୍ମକ ଖେଳି ବଡ଼ ରନ୍‌ ସଂଗ୍ରହ କରୁଥିଲା ବେଳେ ବୋଲରମାନେ ୱିକେଟ୍‌ ବାହାର କରିବାରେ ସଫଳ ହେଉଛନ୍ତି। ନିକଟରେ ଏସିଆ କପ୍‌ ଓ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ଦଳର ଦମ୍‌ଦାର ପ୍ରଦର୍ଶନ ପରେ ବିଶ୍ବକପ୍‌ରେ ଦଳଠୁ ଆଶା ବଢ଼ିଯାଇଛି। ଯେଉଁଥିପାଇଁ ପାକିସ୍ତାନର ପୂର୍ବତନ ବ୍ୟାଟର ସଇଦ ଅନୱର ଭାରତୀୟ ପ୍ରତି ସମସ୍ତଙ୍କୁ ସତର୍କ କରିଦେଇଛନ୍ତି। ଭାରତରେ ହେବାକୁ ଯାଉଥିବା ଏହି ବିଶ୍ବକପ୍‌ରେ ଛୋଟ ବାଉଣ୍ଡରି ଓ ଡେଥ୍‌ ଓଭର (୪୧-୫୦ ଓଭର) ବୋଲିଂ ହିଁ ଭାରତକୁ ପଛକୁ ଠେଲିପାରିବ ବୋଲି ଅନୱର କହିଛନ୍ତି।ଏକ ସାମାଜିକ ଗଣମାଧ୍ୟମରେ ହୋଇଥିବା ସାକ୍ଷାତକାର ଅବସରରେ ସେ ସିନ୍‌ ଆବୋଟ୍‌ଙ୍କ ‌ବ୍ୟାଟିଂକୁ ପ୍ରଶଂସା କରିଥିଲେ ଏବଂ ଭାରତରେ ସେ ବହୁତ ଭଲ ପ୍ରଦର୍ଶନ ଦେବେ ବୋଲି ଆଶା ରଖିଥିଲେ। କିନ୍ତୁ ସବୁ ଦଳମାନଙ୍କ ମଧ୍ୟରୁ ଭାରତ ହିଁ ବିଶ୍ବକପ୍‌ ଟ୍ରଫି ଜିତିବ ବୋଲି ସେ କହିଥିଲେ। ଚଳିତ ବର୍ଷ ଭାରତ ଖେଳିଥିବା ୨୦ଟି ଦିନିକିଆରେ ଡେଥ୍‌ ଓଭର ଇକୋନୋମି ରେଟ୍‌ ୭.୮୨ ରହିଛି। ବିଶ୍ବକପ୍‌ରେ ଭାରତର ବଡ଼ ପ୍ରତିଦ୍ବନ୍ଦୀ କୁହାଯାଉଥିବା ନ୍ୟୁଜିଲାଣ୍ଡ (୭.୯୧) ଓ ଦକ୍ଷିଣ ଆଫ୍ରିକା (୭.୮୯)ଙ୍କର ଡେଥ୍‌ ଓଭର ଇକୋନୋମି ବହୁତ ଖରାପ ରହିଛି। କିନ୍ତୁ ଇଂଲଣ୍ଡ ସବୁଠୁ ଶ୍ରେଷ୍ଠ ଇକୋନୋମି (୬.୭୪) ରଖିଛି। ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାରେ ମଧ୍ୟ ବୋଲରମାନେ ମହତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି। 

    Maximum 500 characters

    ଖେଳ ଖବର View all

    Find Us on Facebook