Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କରୋନା: ପାକିସ୍ତାନର ଖେଳ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ଶୃଙ୍ଖଳା ସ୍ଥଗିତ

    Share on :
    ajab-Image
    Date: Dec 17, 2021    Views: 4921

    ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ଦେଶରେ ବ୍ୟାପିବାରୁ ପାକିସ୍ତାନ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଶୃଙ୍ଖଳାକୁ ସ୍ଥଗିତ କରି ଦିଆଯାଇଛି। ଏହି ଶୃଙ୍ଖଳା ଏବେ ଆସନ୍ତା ବର୍ଷ ଜୁନ୍‌ ପ୍ରଥମ ସପ୍ତାହରେ ଖେଳାଯାଇପାରେ। ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜ କ୍ରିକେଟ ବୋର୍ଡ ଯୁଗ୍ମ ବୟାନ ଜାରି କରି ଏହା ସ୍ପଷ୍ଟ କରିଛନ୍ତି। 
     ଗୁରୁବାର ସକାଳୁ ପିସିବିର କୋଭିଡ-୧୯ ପ୍ରଟୋକଲ ଅନୁସାରେ ୱେଷ୍ଟଇଣ୍ଡିଜର ୧୫ ଜଣ ଖେଳାଳି ଓ ୬ ଜଣ କର୍ମଚାରୀଙ୍କ ରାପିଡ ଆଣ୍ଟିଜେନ୍‌ ପରୀକ୍ଷା କରାଯାଇଥିଲା। ଏହି ସମସ୍ତଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଥିଲା।
    ଉଭୟ ଟିମ୍‌ର ମଙ୍ଗଳ ପାଇଁ ଏବଂ ଏକଦିବସୀୟ ମ୍ୟାଚ୍‌ ଲାଗି ୱେଷ୍ଟଇଣ୍ଡିଜ ତରଫରୁ ସୀମିତ ବ୍ୟବସ୍ଥାକୁ ଧ୍ୟାନରେ ରଖି ଆଇସିସି ଶୃଙ୍ଖଳା ସହମତି ହୋଇଛି। ପାକିସ୍ତାନ-ୱେଷ୍ଟଇଣ୍ଡିଜ ଦିନିକିଆ ଶୃଙ୍ଖଳା ୨୦୨୨ ଜୁନ୍‌ ଆରମ୍ଭରେ ଚିନ୍ତା କରାଯିବ। ଏହା ଦ୍ବାରା ଖେଳାଳିଙ୍କୁ ଅଧିକ ଅଭ୍ୟାସ କରିବା ପାଇଁ ସୁଯୋଗ ମିଳିପାରିବ। 

    ସୂଚନାଯୋଗ୍ୟ, ୩ୟ ଟି-୨୦ ଆରମ୍ଭ ପୂର୍ବରୁ ୱେଷ୍ଟଇଣ୍ଡିଜର ୩ ଜଣ ଖେଳାଳି ଓ ୨ ଜଣ ସହଯୋଗୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। 

    Maximum 500 characters

    ଖେଳ ଖବର View all

    Find Us on Facebook