Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିନା ଦର୍ଶକରେ ୨୦/୨୦,ବାରବାଟିରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ

    Share on :
    ajab-Image
    Date: Jan 6, 2022    Views: 3997

    କଟକ: କରୋନାର ଭୟାବହତା ଓ ନୂଆ ଭାରିଏଣ୍ଟ ଓମିକ୍ରନ ର ଦୃତ ସଂକ୍ରମଣ କ୍ଷମତାକୁ ନଜର ରେ ରଖି ବିଭିନ୍ନ କ୍ଷେତ୍ର ରାଜ୍ୟ ତଥା କେନ୍ଦ୍ର ସରକାର ପକ୍ଷରୁ ନୂତନ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଉଛି । ତେବେ ଦେଶ ତୁଳନାରେ ରାଜ୍ୟରେ ସଂକ୍ରମଣ ହାର କିଛିଟା କମ ରହିଛି । ଫେବୃଆରୀରେ କରୋନା ସଂକ୍ରମଣ ପିକ୍ରେ ରହିବା ଆଶଙ୍କା କରାଯାଉଛି । ତେଣୁ ସତର୍କତା ଦୃଷ୍ଟି କୋଣରୁ ଏସଆରସି ପକ୍ଷରୁ ଜାନୁଆରୀ ୩୧ ଯାଏ ଗାଇଡ଼ ଲାଇନ ଜାରି କରାଯାଇଛି । 


    ଚଳିତବର୍ଷ ବିନା ଦର୍ଶକରେ ହେବ ବାରବାଟୀ ୨୦/୨୦ । କଟକର ବାରବାଟୀ ଷ୍ଟାଡ଼ିୟମରେ ଫେବୃଆରୀ ୧୫ରେ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଖେଳାଯିବ ୨୦/୨୦ ମ୍ୟାଚ । ଏହି ମ୍ୟାଚକୁ ସଫଳ କରିବାକୁ ଓସିଏ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଚାଲିଛି । ଏବେ ଦେଶରେ କରୋନା ୩ୟ ଲହର ଆରମ୍ଭ ହୋଇଛି । ତେଣୁ ଫେବୃଆରୀ ୧୫ରେ ହେବାକୁ ଥିବା ମ୍ୟାଚ ବିନା ଦର୍ଶକରେ ଖେଳାଯିବାର ସମ୍ଭାବନା ରହିଥିବା ବିସିସିଆଇ ପକ୍ଷରୁ ପ୍ରକାଶ କରାଯାଇଛି । ଦକ୍ଷିଣ ଆଫ୍ରିକାରେ ଏବେ ବିନା ଦର୍ଶକରେ ଖେଳାଯାଉଛି ମ୍ୟାଚ ।

    Maximum 500 characters

    ଖେଳ ଖବର View all

    Find Us on Facebook