Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପୂଜାରା, ରାହାଣେଙ୍କୁ ନେଇ ଏମିତି କହିଲେ ଗାଭାସ୍କର

    Share on :
    ajab-Image
    Date: Jan 5, 2022    Views: 4131


    ଜୋହାନସବର୍ଗ: ଭାରତୀୟ ଟେଷ୍ଟ କି୍ରକେଟର ଦୁଇ ବରିଷ୍ଠ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ଖରାପ ଫର୍ମ ଜାରି ରହିଛି । ଦକ୍ଷିଣ ଆଫି୍ରକା ବିପକ୍ଷ ପ୍ରଥମ ଟେଷ୍ଟ ପରି ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମଧ୍ୟ ଦୁଇ ବରିଷ୍ଠ ବ୍ୟାଟସମ୍ୟାନ ବ୍ୟାଟିଂରେ ବିଫଳ ହୋଇଥିଲେ । ଏହି ଦୁଇ ଖେଳାଳିଙ୍କ କି୍ରକେଟ ଜୀବନ ଉପରେ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା କି୍ରକେଟ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ।

     
    କି୍ରକେଟ ଜୀବନ ବଞ୍ଚାଇବା ପାଇଁ ଏହି ଦୁଇ ଖେଳାଳୀଙ୍କ ନିକଟରେ ଆଉ ଗୋଟିଏ ଇନିଂସ ବାକି ଥିବା ଗାଭାସ୍କର କହିଛନ୍ତି । ଜୋହାନସର୍ବଗରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ଡୁଆନେ ଓଲିଭିୟରଙ୍କ ଅଫ ଷ୍ଟମ୍ପ ବାହାର ସଟ ପିଚ ବଲକୁ ଡିଫେନ୍ସ କରିବାକୁ ଉଦ୍ୟମ କରିଥିଲେ ପୂଜାରା । 


    ୩୩ଟି ବଲର ସମ୍ମୁଖୀନ ହୋଇ ୩ ରନ କରିଥିବା ସମୟରେ ଟେଷ୍ଟ ସ୍ପେଶାଲିଷ୍ଟଙ୍କ ହ୍ୟାଣ୍ଡେଲରେ ବଲ ବାଜିଥିଲା । ଯାହାକୁ ଡାମ୍ବେ ବାଭୁମା କ୍ୟାଚ କରିଥିଲେ । ଏହାର ପରବର୍ତ୍ତୀ ବଲରେ ଅଜିଙ୍କ୍ୟ ରାହାଣେ ଆଉଟ ହୋଇଥିଲେ । ରାହାଣେ ଅଫ ଷ୍ଟମ୍ପ ବାହାର ବଲକୁ ସଟ ମାରିବାକୁ ଯାଇ ସ୍ଲିପରେ କ୍ୟାଚ ଆଉଟ ହୋଇଥିଲେ ।

     

    Maximum 500 characters

    ଖେଳ ଖବର View all

    Find Us on Facebook