Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଚେନ୍ନାଇରେ ଭାରତର ଲଜ୍ଜାଜନକ ପରାଜୟ

    Share on :
    ajab-Image
    Date: Feb 9, 2021    Views: 3812

    ଚେନ୍ନାଇ : ଚେନ୍ନାଇରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଛି  । ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବ ବିସ୍ତାର କରି ଭାରତକୁ ଘାଇଲା କରିଦେଇଛି ଇଂଲଣ୍ଡ  ।  

    ଇଂଲଣ୍ଡ ପ୍ରଥମ ଇନିଂସରେ ୫୭୮ ରନ କରିଥିବାବେଳେ ଦ୍ୱିତୀୟ ଇନିଂସରେ ୧୭୮ ରନ କରିଥିଲା  । ଅପରପକ୍ଷରେ ଭାରତ ପ୍ରଥମ ଇନିଂସରେ ୩୩୭ ରନରେ ସୀମିତ ରହିଥିଲା  । ଭାରତ ପାଇଁ ଇଂଲଣ୍ଡ ୪୨୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଭାରତୀୟ ଟିମ ୧୯୨ ରନରେ ଅଲ ଆଉଟ ହୋଇଯାଇଛି  ।  

    ଭାରତର ଦ୍ୱିତୀୟ ଇନିଂସରେ ରୋହିତ ଶର୍ମା ୧୨, ଗିଲ ୫୦, ପୂଜାରା ୧୫, ରାହାନେ ଶୂନ, ପନ୍ତ ୧୧ ଓ ସୁନ୍ଦର ୦ ରନରେ ଆଉଟ ହୋଇଛନ୍ତି  । ଅଧିନାୟକ ବିରାଟ କୋହଲି ସର୍ବାଧିକ ୭୨ ରନ କରିଥିବାବେଳେ ଅଶ୍ୱିନୀ ୯ ରନ, ନଦିମ ଶୂନ ଓ ବୁମରା ୫ ରନରେ ଆଉଟ ହୋଇଥିଲେ  । ଈଶାନ୍ତ ଶର୍ମା ୫ ରନ କରି ଅପରାଜିତ ରହିଥିଲେ  ।

    ଇଂଲଣ୍ଡ ବୋଲର ଲିଚ ୪ଟି ୱିକେଟ ନେଇଥିବାବେଳେ ଆଣ୍ଡରସନ ୩ଟି ୱିକେଟ ନେଇଥିଲେ  । ଅପରପକ୍ଷରେ ଆର୍ଚର ୧, ବେସ ୧ ଓ ଷ୍ଟୋକସ ଗୋଟିଏ ଲେଖାଏଁ ୱିକେଟ ନେଇ ଭାରତକୁ ଅଲଆଉଟ କରିଦେଇଥିଲେ  ।

    Maximum 500 characters

    ଖେଳ ଖବର View all

    Find Us on Facebook