ମୁଖ୍ୟ ଖବର
ବିଦର୍ଭ: କରୋନା ମହାମାରୀ ନେଇ ସୃଷ୍ଟି ହୋଇଥିବା ଭୟାବହ ପରିସ୍ଥିତି କେବଳ ଆଇପିଏଲକୁ ପ୍ରଭାବିତ କରିନି, ଏଥିପାଇଁ ଅନେକ କି୍ରକେଟର ମଧ୍ୟ ନିଜ ବିବାହକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି । ବିଦର୍ଭ ରଣଜୀ ଦଳର ଅଲରାଉଣ୍ଡର ଆଦିତ୍ୟ ସର୍ବାତେ ୱିକେଟ ରକ୍ଷକ ବ୍ୟାଟସମ୍ୟାନ ଅକ୍ଷୟ ୱାଦେକର ଓ ଦ୍ରୁତ ବୋଲର ରଜନୀଶ ଗୁରୁବାଣୀ ଏପି୍ରଲ ଓ ମେ’ମାସ ମଧ୍ୟରେ ହାତକୁ ଦିହାତ ହେବାକୁ ଯାଉଥିଲେ । ହେଲେ ତିନି ଜଣ ଯାକ ନିଜ ଜୀବନର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ କରୋନା ପାଇଁ ଘୁଞ୍ଚାଇ ଦେବାକୁ ବାଧ୍ୟ ହୋଇଛନ୍ତି । ସର୍ବାତେ ଚଳିତ ମାସ ୨୭ ତାରିଖରେ ଅରୁଣିତାଙ୍କୁ ବିବାହ କରିବାର ଥିଲା । ସେହିଭଳି ୱାଦେକର ଓ ଗୁରୁବାଣୀଙ୍କ ବିବାହ ମେ’ ଓ ମେ’ ୧୮ ତାରିଖରେ ହେବାର ଥିଲା । ହେଲେ ଏହା ସମ୍ଭବ ନୁହେଁ । ଏଣୁ ସେମାନେ ମଧ୍ୟ ନିଜ ନିଜ ବିବାହ କାର୍ଯ୍ୟକୁ ସ୍ଥଗିତ କରି ଦେଇଛନ୍ତି ।
Comments ସମସ୍ତ ମତାମତ