Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭାରତୀୟ ସେନାର ହେଲିକପ୍ଟର କ୍ରାଶ

    Share on :
    ajab-Image
    Date: May 23, 2026    Views: 3122

     ଲଦାଖ: ଲଦାଖ ସେକ୍ଟରର ଲେହ ନିକଟରେ କ୍ରାଶ ହୋଇଯାଇଛି ଭାରତୀୟ ସେନାର ଗୋଟିଏ ଚିତାଲ ଲାଇଟ ହେଲିକପ୍ଟର। ଗୋଟିଏ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଏହି ହେଲିକପ୍ଟରରେ ଭାରତୀୟ ସେନାର ଜଣେ ମେଜର ଜେରାଲଙ୍କ ସହ ୩ ଜଣ ଅଧିକାରୀ ରହିଥିଲେ।
    ଦୁର୍ଘଟଣାରେ ହେଲିକପ୍ଟରଟି ଧ୍ୱଂସ ହୋଇ ଯାଇଥିବେଳେ ଭାରତୀୟ ସେନାର ୩ କର୍ମଚାରୀ ସୁରକ୍ଷିତ ରହିଛନ୍ତି। ସେହିପରି ମେଜର ଜେନେରାଲ ଜଣଙ୍କ ଦୁର୍ଘଟଣା ସ୍ଥଳରେ ଉଠାଇଥିବା ଗୋଟିଏ ସେଲଫି ବେଶ ଭାଇରାଲ ହେବାରେ ଲାଗିଛି। 
    ଏହି ହେଲିକପ୍ଟରଟି ଚିତା ହେଲିକପ୍ଟରର ଅତ୍ୟାଧୁନିକ ଭର୍ସନ। ଏହାର ଇଞ୍ଜିନ ନମ୍ବର ଟିଏମ୩୩୩ବି। ମେ’ ୨୦ ତାରିଖ ମଧ୍ୟାହ୍ନରେ ଏହାର ନିୟମିତ ଉଡ଼ାଣରେ ଯାଇଥିଲା। କିନ୍ତୁ ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣା ଗ୍ରସ୍ତ ହୋଇଛି। ସେନା ଅଧିକାରୀଙ୍କ କହିବା କଥା ଯେ ହେଲିକପ୍ଟରରେ ୨ ଜଣ ପାଇଲଟ ଓ ଡିଭିଜନ କମାଣ୍ଡର ମେଜର ଜେନେରାଲ ସଚିବ ମେହତା ରହିଥିଲେ। ହେଲିକପ୍ଟରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ପାଇଲଟ ଓ ମେଜର ସାମାନ୍ୟ ଆହତ ହୋଇଥିଲେ। ମେଜର ତୁରନ୍ତ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ହେଁ ଦୁଇ ପାଇଲଟଙ୍କୁ ସେଠାରେ ରଖାଯାଇଛି। କିନ୍ତୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଓ ସ୍ଥିର ରହିଛି। 
    ଅନ୍ୟପକ୍ଷରେ ଦୁର୍ଘଟଣା ପରେ ମେଜର ଜେନେରାଲ ମେହତା ଘଟଣା ସ୍ଥଳରେ ନେଇଥିବା ସେଲଫି ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖାଯାଉଛି ଯେ ହେଲିକପ୍ଟରଟି ଗୋଟିଏ ପାହାଡ଼ିଆ ଅଞ୍ଚଳରେ ଖଣ୍ଡବିଖଣ୍ଡିତ ହୋଇ ପଡ଼ି ରହିଛି। ଦୁଇ ପାଇଲଟ ପାହାଡ଼ ଉପରେ ବସିଥିବା ବେଳେ ମେଜର ଜେନେରାଲ ସେଲଫି ନେଉଛନ୍ତି। ତେବେ କେଉଁ ପରିସ୍ଥିତିରେ ହେଲିକପ୍ଟର କ୍ରାଶ ହେଲା, ସେକଥା ଜଣାପଡ଼ିନି। ଏବେ ସେନା ପକ୍ଷରୁ ଏହାର ବିଧିବଦ୍ଧ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେନା ପକ୍ଷରୁ ତଦନ୍ତ ଶେଷ ହେବା ପରେ ଏହାର ରିପୋର୍ଟକୁ ସାର୍ବଜନୀନ କରାଯିବ ବୋଲି କୁହାଯାଇଛି। ସମ୍ଭବତଃ ଖରାପ ପାଣିପାଗ ଯୋଗୁ ଏପରି ଘଟିଥିବା ଆଶଙ୍କା କରାଯାଉଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook