Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୩୩ ଲକ୍ଷ ଟଙ୍କାର କଙ୍କଡ଼ା

    Share on :
    ajab-Image
    Date: Nov 9, 2019    Views: 773

    ଜାପାନରେ ସାଧାରଣତଃ ଟୁନା ମାଛର ଚାହିଦା ସବୁବେଳେ ଅଧିକ ଥାଏ । ଗଲା ଜାନୁଆରିରେ ଟୋକିଓର ଏକ ମାଛ ବଜାରରେ ଗୋଟିଏ ଟୁନା ମାଛ ସର୍ବାଧିକ ବାଇଶ କୋଟି ଟଙ୍କା ମୂଲ୍ୟରେ ବିକି୍ର ହେବାର ଖବର ଚର୍ଚ୍ଚାରେ ଥିଲା । ଏବେ ଏଠାରେ ଗୋଟିଏ କଙ୍କଡ଼ାକୁ ଜଣେ ମାଛ ନିଲାମକାରୀ ୪୬ ହଜାର ଆମେରିକୀୟ ଡଲାରରେ ବିକି୍ର କରିଛନ୍ତି । ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ପାଖାପାଖି ତେତିଶ ଲକ୍ଷ ଟଙ୍କା ହେବ । ଜଣେ ସ୍ଥାନୀୟ ରେସ୍ତୋରାଁ ମାଲିକ ଏହାକୁ କିଣିଛନ୍ତି । ସୁଆଦିଆ କଙ୍କଡ଼ା ତରକାରି ରାନ୍ଧି ସେ ଗ୍ରାହକଙ୍କୁ ପରଷିବେ । ଏହି କଙ୍କଡ଼ାର ଆକାର ୫.୭ ଇଞ୍ଚ ଏବଂ ଓଜନ ଏକ କିଲୋ ୨୦୦ ଗ୍ରାମ । ଏତେ ଅଧିକ ଦାମରେ କଙ୍କଡ଼ାଟିଏ ବିକି୍ର ହେବା ଏହା ପ୍ରଥମ ଏବଂ ଏହି କଙ୍କଡ଼ାଟି ବିଶ୍ୱର ସବୁଠାରୁ ମହଙ୍ଗା କଙ୍କଡ଼ା ଭାବେ ଗିନିଜ ବୁକ୍ରେ ସ୍ଥାନିତ ହେବା ଆଶା କରାଯାଏ ।

    Maximum 500 characters

    ବିଶେଷ View all

    Find Us on Facebook