ମୁଖ୍ୟ ଖବର
ଭୁବନେଶ୍ୱର : ଘୃଣା ରାଜନୀତି ବିରୁଦ୍ଧରେ ତଥା ଶ୍ରମିଜିବି ଜନଗଣନଙ୍କ ଅଧିକାର ସୁରକ୍ଷା ପାଇଁ ସାଲିସ ହିନ ସଙ୍ଘର୍ଷ ଜାରୀ ରହିବ ବୋଲି ସି.ପି.ଆଇ(ଏମ୍-ଏଲ୍) ରେଡ୍ ଷ୍ଟାର ଖୋର୍ଦ୍ଧା ଜିଲ୍ଲା ଅଷ୍ଟମ ସମ୍ମିଳନୀରେ ରାଜନୈତିକ ପ୍ରସ୍ତାବ ଗୃହୀତ ହୋଇଛି l
ସ୍ଥାନୀୟ ଇନକିଲାବ ଭବନ ଠାରେ ଆଜି ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ୧୩ ଜଣିଆ ଜିଲ୍ଲା କମିଟି ସଦସ୍ୟ ଏବଂ କମ୍ରେଡ ହେନା ଜିଲ୍ଲା ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।
ସଂପାଦକ କମ୍ରେଡ ହେନା ସମ୍ମିଳନୀ ର ପ୍ରାରମ୍ଭ ରେ ପତକା ଉତ୍ତୋଳନ କରିଥିଲେ. ସିପିଆଇ (ଏମ୍ -ଏଲ୍) ରେଡଷ୍ଟାର ର ରାଜ୍ୟ ସଂପାଦିକା କମ୍ରେଡ ପ୍ରମିଳା ଆନୁଷ୍ଠାନିକ ଭାବରେ ୮ମ ଖୋର୍ଦ୍ଧା ଜିଲ୍ଲା ସମ୍ମିଳନୀକୁ ଉଦଘାଟନ କରି କମ୍ୟୁନିଷ୍ଟ ଆନ୍ଦୋଳନକୁ ତୀବ୍ରତର କରି ଜନସାଧାରଣଙ୍କ ଅଧିକାର ହାସଲ କରିବା ନିମନ୍ତେ ଶ୍ରମିଯିବି ଜନତାଙ୍କ ସଂଘର୍ଷ ଏକ ଉତ୍ତମ ପନ୍ଥା ବୋଲି ବକ୍ତବ୍ୟ ରଖିଥିଲେ। ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ କମ୍ରେଡ ଶଙ୍କର ପାର୍ଟି ର ଆଭିମୁଖ୍ୟ ଓ ସାଥି ମାନଙ୍କର ଦାୟିତ୍ଵ ବିସ୍ତାର ଭାବେ ଆଲୋଚନା କରିଥିଲେ।ପ୍ରତିନିଧି ଅଧିବେଶନରେ ପୁର୍ବ ଜିଲ୍ଲା ସଂପାଦକ କମ୍ରେଡ ହେନା ଜିଲ୍ଲା ସାଙ୍ଗଠନିକ ରିପୋର୍ଟ ଉପସ୍ଥାପିତ କରିଥିଲେ। ସହରାଞ୍ଚଳ ଶ୍ରମଜୀବୀ ଙ୍କ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର ଉପରେ ଗୁରୁତ୍ବ ଦେଇ ଥିଲେ
ସମ୍ପାଦକ ଙ୍କ ବିବରଣୀ ଆଲୋଚନା ପରେ ଗୃହିତ ହୋଇଥିଲା।୨୦ ଜଣ ପ୍ରତିନିଧି ଏବଂ ୮ ଜଣ ପର୍ଯ୍ୟବେକ୍ଷକ ଆସନ୍ତା ୨୮/୨୯ ଜୁଲାଇ ୨୦୨୬ ରେ ଲୋହିଆ ଏକାଡେମୀ ଠାରେ ଆୟୋଜିତ ହେବାକୁ ଥିବା ୮ମ ଓଡ଼ିଶା ରାଜ୍ୟ ସମ୍ମିଳନୀକୁ ନିର୍ବାଚିତ ହୋଇଛନ୍ତି। ଏହି ସମ୍ମିଳନୀ ପରିଚାଳନା କରିବା ପାଇଁ କମ୍ରେଡ ରାଧାରାଣୀ, କମ୍ରେଡ ପଦ୍ମନାଭ ଏବଂ ଯୋଗିନାଥ ଙ୍କୁ ନେଇ ସଭାପତି ମଣ୍ଡଳୀ ଗଠିତ ହୋଇଥିଲା। ସଂଚାଳନ ସମିତି କମ୍ରେଡ ହେନା, କମ୍ରେଡ ବିଚିତ୍ର, କମ୍ରେଡ ନାରାୟଣ, କମ୍ରେଡ ଗୋପିନାଥ ଓ କମ୍ରେଡ ବଟକୃଷ୍ଣ ବିବରଣୀ ଲିଖନ କମିଟି କମ୍ରେଡ ବିଜୟ, କମ୍ରେଡ ମୂରଲୀଧର, କମ୍ରେଡ ନିବାସ, କମ୍ରେଡ ସନାତନ ତାଙ୍କ କାର୍ଯ୍ୟ ସଂପାଦନ କରିଥିଲେ।
ସାଥି ମାନେ ବିପ୍ଳବୀ ସଙ୍ଗୀତ ଗାନ କରିଥିଲେ। ସଭାପତି ମଣ୍ଡଳୀ ପକ୍ଷରୁ ଜିଲ୍ଲା ସମ୍ମିଳନୀ କୁ ଆୟୋଜିତ କରିଥିବା ସମସ୍ତ ସାଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ନବନିର୍ବାଚିତ ସଂପାଦକ କମ୍ରେଡ ହେନା ପତକା ଅବତରଣ କରି ସମ୍ମିଳନୀକୁ ଉଦଯାପନ କରିଥିଲେ।
Comments ସମସ୍ତ ମତାମତ