Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଦେଶରେ ୧୪ ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ

    Share on :
    ajab-Image
    Date: Oct 12, 2021    Views: 4481


    ନୂଆଦିଲ୍ଲୀ: ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଦୈନିକ ସଂକ୍ରମଣ ୧୫ହଜାର ତଳେ ରହିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୩୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ୧୮୧ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଗତ ୨୪ ଘଣ୍ଟାରେ କେରଳରୁ କେବଳ ୬ହଜାର ୯୯୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୮୪ ଜଣଙ୍କ ମୃତୁ୍ୟ ଘଟିଛି । ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୪ଲକ୍ଷ ୫୦ ହଜାର ୯୬୩ ଛୁଇଁଥିବାବେଳେ ମୃତୁ୍ୟହାର ୧.୩୩ ପ୍ରତିଶତ ରହିଛି ।  ସେହିପରି  ୨୬ହଜାର ୫୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । 
    ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮ପ୍ରତିଶତ ରହିଛି । ଅନ୍ୟପଟେ ଦେଶରେ ସକ୍ରିୟ ମାମଲା ରହିଛି ୨ଲକ୍ଷ ୧୪ହଜାର ୯୦୦ । ବର୍ତ୍ତମାନ ସୁଦ୍ଧା ୯୫କୋଟି ୮୯ଲକ୍ଷ ୭୮ହଜାର ୪୯ ଜଣଙ୍କୁ ଟିକା ଦିଆଯାଇଛି ।       

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook