Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଦେଶରେ ୯ହଜାର ୧୧୯ କରୋନା ପଜିଟିଭ୍

    Share on :
    ajab-Image
    Date: Nov 25, 2021    Views: 2937

    ନୂଆଦିଲ୍ଳୀ: ଦେଶରେ ଦିନେ କମିଲେ ଦିନେ ବଢୁଛି ସଂକ୍ରମଣ । ଗତ ୨୪ଘଣ୍ଟାରେ ଦେଶରେ ୯ହଜାର  ୧୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସିହିତ ଦେଶରେ ଆଜି ୩୯୬ ଜଣଙ୍କ ମୃତୁ୍ୟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନର ଜନିତ ମୃତୁ୍ୟ ସଂଖ୍ୟା ୪ଲକ୍ଷ ୬୬ହଜାର ୫୮୪କୁ ବୃଦ୍ଧି ପାଇଛି ।ମୃତୁ୍ୟହାର ରହିଛି ୧.୩୫ ପ୍ରତିଶତ । ସେହିପରି ଆଜି ଦେଶରେ ୧୦ହଜାର ୨୬୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୩୩ ପ୍ରତିଶତ ରହିଛି । 


    ବର୍ତ୍ତମାନ ସୁଦ୍ଧା ସକ୍ରିୟ ମାମଲା ୧ଲକ୍ଷ ୯ହଜାର ୯୪୦ ରହିଛି । ସକ୍ରିୟ ମାମଲାର ହାର ୦.୩୩ ପ୍ରତିଶତ ରହିଛି । ଦୈନିକ ପଜିଟିଭ୍ ହାର ୦.୯୮ ପ୍ରତିଶତରୁ କମ୍ ରହିଛି । ସଂକ୍ରମଣ ଆରମ୍ଭରୁୁ ବର୍ତ୍ତମାନ ସୁଦ୍ଧା ୩କୋଟି ୩୯ଲକ୍ଷ ୫୭ହଜାର ୬୯୮ ଜଣ ସୁସ୍ଥ ହୋଇସାରିଛନ୍ତି ।   

    Maximum 500 characters

    ଦେଶ ବିଦେଶ View all

    Find Us on Facebook