ମୁଖ୍ୟ ଖବର
ବେଜିଂ: ଚୀନ ଆଗକୁ ଦୈନିକ ୬.୩୦ ଲକ୍ଷ କୋଭିଡ ସଂକ୍ରମଣ ମାମଲା ଦେଖିପାରେ । ବେଜିଂ ବିଶ୍ୱବିଦ୍ୟାଳୟର ଗଣିତଜ୍ଞଙ୍କ ରିପୋର୍ଟ ଅନୁଯାୟୀ ଚୀନ ଯଦି କରୋନା କଟକଣା କୋହଳ କରିବ ତେବେ ଦିନକୁ ଦିନକୁ ୬୩୦,୦୦୦ ମାମଲା ସାମ୍ନାକୁ ଆସିବ । ଆକଳନରୁ ଜଣାପଡ଼ିଛି ଯେ, ଚୀନରେ ଆଗକୁ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଚାପ ବଢ଼ିଯିବ । ଚୀନରେ ଆଗକୁ କଟକଣା ବଢ଼ିପାରେ । ଶନିବାର ଚୀନରେ ୨୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏଥି ମଧ୍ୟରୁ ୨୦ ଜଣ ବିଦେଶ ଫେରନ୍ତା ।
ବେଜିଂ ଏବଂ ଅନ୍ୟ ପ୍ରମୁଖ ସହରରେ ନିକଟରେ ସଂକ୍ରମଣ ବଢ଼ିଛି । ତେବେ ବିଶେଷଜ୍ଞମାନେ କହିଛନ୍ତି, ଚୀନ ଏହାର ସଂକ୍ରମଣ ମାମଲାକୁ ଶୂନ ରଖିବାପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛି ଯଦି ତାହା ବନ୍ଦ କରିଦିଏ ଏବଂ ଯାତ୍ରା କଟକଣା ହଟାଇ ଅନ୍ୟ ରାଷ୍ଟ୍ରମାନଙ୍କୁ ଅନୁକରଣ କରେ ତେବେ ଏହା ଦିନକୁ ୬୩୦,୦୦୦ ସଂକ୍ରମଣ ମାମଲା ଦେଖିବ । ଚୀନରେ ୭୬.୮ ପ୍ରତିଶତ ଲୋକ ଟିକା ନେଇଛନ୍ତି । ବର୍ଷଶେଷ ସୁଦ୍ଧା ଚୀନ ୮୦ ପ୍ରତିଶତ ଟିକାକରଣ ଲକ୍ଷ୍ୟରେ ପହଞ୍ଚି ସାରିଥିବ । ଚୀନରେ ସ୍ଥିତି ଅତି ଜଟିଳ ହେବାର ସଙ୍କେତ ମିଳିସାରିଛି । ଚୀନ ଯଦି ଆମେରିକା, ବ୍ରିଟେନ, ଇସ୍ରାଏଲ, ସ୍ପେନ ଏବଂ ଫ୍ରାନ୍ସ ପରି ଢିଲା କରୋନା କଟକଣା ଅବଲମ୍ବନ କରେ ତେବେ ବିଶ୍ୱରେ ଦୈନିକ ସଂକ୍ରମଣରେ ଏହା ନୂଆ ରେକର୍ଡ ସୃଷ୍ଟି କରିବ ବୋଲି ଏକ ଗାଣିତିକ ଆକଳନରୁ ଜଣାପଡ଼ିଛି ।
Comments ସମସ୍ତ ମତାମତ