Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ଖୋଲିବ ୬ଟି ସ୍ୱତନ୍ତ୍ର କୋର୍ଟ

    Share on :
    ajab-Image
    Date: Jul 23, 2026    Views: 2404

    ଭୁବନେଶ୍ୱର:  ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ଶୀଘ୍ର ଆଇନଗତ ନ୍ୟାୟ ପ୍ରଦାନ ଓ ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ରାଜ୍ୟ ସରକାର ୬ଟି ସ୍ୱତନ୍ତ୍ର କୋର୍ଟ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯ ଅଧୀନରେ ଆସୁଥିବା ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ଏବଂ ଦଣ୍ଡବିଧାନ ପାଇଁ ଏହି କୋର୍ଟ ସ୍ଥାପନ ନିମନ୍ତେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

    ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ଉଚ୍ଚ ହାଇକୋର୍ଟଙ୍କ ସହମତିକ୍ରମେ ଏହି କୋର୍ଟଗୁଡ଼ିକ ସ୍ଥାପନ କରାଯିବ। ରାଜ୍ୟ ସରକାରଙ୍କ ସାମାଜିକ ନ୍ୟାୟ ଓ ଶୋଷିତ ବର୍ଗର ଅଧିକାର ସୁରକ୍ଷା ଦିଗରେ  ଏହି ନୂତନ ସ୍ୱତନ୍ତ୍ର କୋର୍ଟଗୁଡ଼ିକ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌-କମ୍‌-ସ୍ୱତନ୍ତ୍ର କୋର୍ଟ ଭାବେ କାର୍ୟ୍ୟ କରିବେ।
    ପ୍ରଥମ ପର୍ୟ୍ୟାୟରେ ଭଦ୍ରକ, ଗଞ୍ଜାମ (ବ୍ରହ୍ମପୁର), ଯାଜପୁର, କେନ୍ଦ୍ରାପଡ଼ା, ଓ ପୁରୀ ରାଜସ୍ୱ ଜିଲ୍ଲା ସମେତ ଖୋର୍ଦ୍ଧା ରାଜସ୍ୱ ସବଡିଭିଜନ୍ ପରିସୀମା ମଧ୍ୟରେ କାର୍ୟ୍ୟକାରୀ ହେବ। ଏହି କୋର୍ଟଗୁଡ଼ିକ ପ୍ରତିଷ୍ଠା ହେବା ଦ୍ୱାରା ବହୁ ଦିନରୁ ପଡ଼ିରହିଥିବା ମାମଲାଗୁଡ଼ିକର ଦ୍ରୁତ ନିଷ୍ପତ୍ତିି ହୋଇପାରିବ।

    ସୂଚନା ଅନୁସାରେ, ପୁଲିସ ମୁଖ୍ୟାଳୟର ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ (ଏଚଆରପିସି)ର ନିରନ୍ତର ସମୀକ୍ଷା ଓ ପ୍ରୟାସ ଫଳରେ ଏହି କୋର୍ଟ ସ୍ଥାପନ ସାକାର ହୋଇପାରିଛି।  ଏଚଆରପିସିର ଅତିରିକ୍ତ ପୁଲିସ ଡିଜି ଯତୀନ୍ଦ୍ର କୋୟଲଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ପ୍ରଚେଷ୍ଟା ଯୋଗୁ ପେଣ୍ଡିଂ ମାମଲାର ସଠିକ୍ ଆକଳନ କରାଯାଇ ଗୃହ ବିଭାଗ ମାଧ୍ୟମରେ ହାଇକୋର୍ଟଙ୍କ ଆବଶ୍ୟକୀୟ ସ୍ୱୀକୃତି ହାସଲ କରାଯାଇପାରିଛି।  

    ଏହି ଆନୁଷ୍ଠାନିକ ବିଜ୍ଞପ୍ତି ପରେ, ଗୃହ ବିଭାଗ ପକ୍ଷରୁ ଏହି ନୂଆ କୋର୍ଟଗୁଡ଼ିକ ପାଇଁ ବିଚାରପତି ନିଯୁକ୍ତ କରିବାକୁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି। ଏହାସହିତ ଅଧିକ ମାମଲା ପେଣ୍ଡିଂ ଥିବା ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଆଗାମୀ ଦିନରେ ଏହିପରି ସ୍ୱତନ୍ତ୍ର କୋର୍ଟ ଓ ସ୍ୱତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ନେଇ ସରକାର ବିଚାର କରୁଥିବା ଜଣାପଡ଼ିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook