Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୮୮୦ ବୋତଲ କଫ ସିରଫ ଜବତ: ୫ ଅଟକ

    Share on :
    ajab-Image
    Date: Jun 7, 2026    Views: 3147

    ବଲାଙ୍ଗୀର: ଏକ କାର ଭିତରୁ ୮୮୦ ବୋତଲ କଫ ସିରଫ ଜବତ ହୋଇଛି। ଘଟଣାରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପାଞ୍ଚ ଜଣ ଯୁବକଙ୍କୁ ଅଟକ ରଖିଛି | ଶନିବାର ବିଳମ୍ବିତ ରାତିରେ ବଲାଙ୍ଗୀର ଟାଉନ ପୋଲିସ ଏହି କଫ ସିରପ ଚୋରାଚାଲାଣକାରୀଙ୍କୁ କାବୁ କରି ନେଇଥିଲେ। ବଲାଙ୍ଗୀର ସ୍ମାର୍ଟପାର୍କ ନିକଟ ବାଇପାସ ରାସ୍ତାରେ କାର ଯୋଗେ କଫସିରଫ ଚାଲାଣ ହେଉଥିବା ଖବର ପାଇଥିଲା ଟାଉନ ପୋଲିସ | କାରକୁ ଅଟକାଇ ପୋଲିସ ଛନଭିନ କରିଥିଲା | କାର ଭିତରୁ ବାହାରିଥିଲା ୮୮୦ ବୋତଲ କଫସିରଫ | କାର ଭିତରେ ଥିବା ପାଞ୍ଚ ଜଣ ଯୁବକଙ୍କୁ ଅଟକ ରଖି ପଚାର ଉଚୁରା ଜାରି ରଖିଛି ଟାଉନ ପୋଲିସ |

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook